28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ଆହତ

ଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ଆହତ

ଜମ୍ମୁ କାଶ୍ମୀର: କ୍ରାସ ହେଲା ସେନା ହେଲିକପ୍ଟର । ଆଜି (ଗୁରୁବାର) ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର ଏକ ହେଲିକପ୍ଟର କ୍ରାସ ହୋଇଥିବା ସୂଚନା ମିଳିଛି । ଏଥିରେ ପାଇଲଟଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ଜମ୍ମୁ-କାଶ୍ମୀରର କିସ୍ତୱାର ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସେନାର ALH ଧ୍ରୁବ ହେଲିକପ୍ଟର କିସ୍ତୱାର ମଚ୍ଛନା ଗାଁ ନିକଟ ଜଙ୍ଗଲରେ ଖସିପଡିଛି । ହେଲିକପ୍ଟରରେ କମାଣ୍ଡିଂ ଅଫିସର ଓ ଦୁଇ ଜଣ ସେନା ଅଧିକାରୀ ଥିଲେ । ସୌଭାଗ୍ୟବଶତଃ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତେ ସୁରକ୍ଷିତ ଥିବାବେଳେ ବିଶେଷ ଆହତ ହୋଇନଥିବା ଜଣାପଡିଛି । ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking