28.1 C
Bhubaneswar
Tuesday, June 17, 2025
Homeଓଡିଶାପାରାଦୀପରେ ସେନାର ସମରାଭ୍ୟାସ : ୨ ଦିନ ଧରି ଚାଲିବ ‘ସାଗର କବଚ-୨

ପାରାଦୀପରେ ସେନାର ସମରାଭ୍ୟାସ : ୨ ଦିନ ଧରି ଚାଲିବ ‘ସାଗର କବଚ-୨

ପାରାଦୀପ : ପାରାଦୀପରେ ‘ସାଗର କବଚ-୨’। ଆରମ୍ଭ ହେଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ୨ ଦିନିଆ ସମରାଭ୍ୟାସରେ ସାମିଲ ହୋଇଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥରେ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମରାଭ୍ୟାସ କରାଯାଉଛି। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ, ଜଳ ପଥରେ ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତ୍ୟେକ ବର୍ଷ ଦୁଇଥର ଏହି ସମରାଭ୍ୟାସ କରାଯାଉଛି।

ଏଥିରେ ସାମିଲ ହୋଇଛନ୍ତି ୧୮ ରୁ ଉର୍ଦ୍ଧ୍ବ ବିଭାଗ । ଉପକୂଳବର୍ତ୍ତୀ ୪୮୦ କିଲୋମିଟର ସମୁଦ୍ର ବେଳାଭୂମି ରେ ଚାଲିଛି ଏହି ସମରାଭ୍ୟାସ। ଓଡ଼ିଶା ଓ ଓ୍ବେଷ୍ଟବେଙ୍ଗଲର ବିଭିନ୍ନ ବିଭାଗର ବିଭିନ୍ନ କର୍ମଚାରୀ ଙ୍କୁ ରେଡ୍ ଓ ବ୍ଲୁ ଦୁଇଟି ଟିମ୍ ରେ ଭାଗ କରାଯାଇଛି। ରେଡ୍ ଟିମ୍ ସମୁଦ୍ର ପଥରେ ଆସି ସ୍ଥଳଭାଗ ର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫେକ୍ ବମ୍ ରଖିବେ ଏବଂ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବେ ବ୍ଲୁ ଟିମ୍। ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking