27.1 C
Bhubaneswar
Sunday, September 8, 2024
Homeବ୍ରେକୀଙ୍ଗଗୁଆର ଉପକାରିତା

ଗୁଆର ଉପକାରିତା

ଭୁବନେଶ୍ୱର: ଓଡ଼ିଆ ଘରର ସମସ୍ତ ପୁଜାରେ ଗୋଟାଗୁଆ ଏକ ଆବଶ୍ୟକ ସାମଗ୍ରୀ। ଦେବାଦେବୀଙ୍କ ପୁଜା ସହିତ ଗୋଟାଗୁଆ ପୁଜା ହଏ। ଗୁଆ ଗଛ ଲମ୍ବା, ଉଚ୍ଚ ଓ ଏକ ଚିରହରିତ୍ ବୃକ୍ଷ । ଗଛର ଶୀର୍ଷରେ ମୁକୁଟ ସଦୃଶ୍ୟ ପତ୍ରଗୁଡ଼ିକ ରହିଥାଏ । ଏହା ଏକ ଶାଖାବିହୀନ ଉଦ୍ଭିଦ । ପତ୍ରର ତଳଭାଗରେ ଏକ ପ୍ରକାର ଆବରଣ ରହିଥାଏ । ଫଳଗୁଡ଼ିକ ଝୁଲି ହୋଇ ରହିଥାଏ । ଏସବୁ ଦେଖିବାକୁ ଚିକ୍କଣ ଓ ନାରଙ୍ଗୀ ରଙ୍ଗର ହୋଇଥାଏ । ପାଚିଲେ ଅଳ୍ପ ଧୂସରିଆ ମିଶା ନାରଙ୍ଗୀ ରଙ୍ଗ ପାଲଟିଯାଏ । ଫଳରେ ରହିଥିବା ମଞ୍ଜିକୁ ଗୁଆ କହନ୍ତି । ଏହା ଔଷଧାଗାରରେ ବ୍ୟବହୃତ ହୋଇଥାଏ । ଗୁଆ ଗଛର ଫୁଲ, ଫଳ, ମୂଳ, ମଧ୍ୟସ୍ଥିତ ମଞ୍ଜପତ୍ର, କତା ଓ ବାହୁଙ୍ଗାକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ । ଗୁଆ ଗଛର ପତ୍ର ମଧୁର, ତିକ୍ତ ଓ କଷା । ଗୁଆ ଗଛର ଅଠା ଅମ୍ଳ, କ୍ଷାର । ଆମଦେଶରେ ତାମ୍ବୁଳ ସହିତ ଦୁଇପ୍ରକାର ଗୁଆ ଯଥା- ଦେଶୀ ଗୁଆ ଓ ଦକ୍ଷିଣୀ ଗୁଆ ବ୍ୟବହାର ହୁଏ । ଦକ୍ଷିଣୀ ଗୁଆକୁ ଆରଙ୍ଗି ଗୁଆ କହନ୍ତି । କଞ୍ଚାଗୁଆ ଅତ୍ୟନ୍ତ କଷା । ଏହା ଖାଇଲେ ମୁଣ୍ଡ ବୁଲାଇଦିଏ ।

ଗୁଆର ଉପକାରିତା

ଦାନ୍ତ ରୋଗ- ଶୁଖିଲା ଗୁଆକୁ ପୋଡି ସେଥିରେ ଲୁଣ ମିଶାଇ ଦାନ୍ତରେ ଘଷିବା ଦ୍ୱାରା ସମସ୍ତ ପ୍ରକାର ଦାନ୍ତ ରୋଗ ଦୂର ହୁଏ । ଏହାବ୍ୟତୀତ ଦାନ୍ତ ପରିଷ୍କାର ହୋଇ ଚିକ୍ ଚିକ୍ କରିଥାଏ ।
ଅତିସାର- ଶୁଖିଲା ଗୁଆ ଗୁଣ୍ଡ କରି ତାର ଚୂର୍ଣ୍ଣକୁ ୧ ରୁ ୨ ଗ୍ରାମ ନେଇ ଦହି ସହିତ ନିୟମିତ ସେବନ କଲେ ପୁରୁଣା ଅତିସାର ଦୂର ହୁଏ ।
ଅମ୍ଳପିତ୍ତ ଘା- କଂଚା ଗୁଆକୁ ପାଣିରେ ଘୋରି ତାକୁ ଲିଙ୍ଗସ୍ଥାନରେ କିଛିଦିନ ଲଗାଇଲେ ଏହି ରୋଗରୁ ଉପଶମ ମିଳିଥାଏ ।
ରତିଶକ୍ତି ବୃଦ୍ଧି-ଦକ୍ଷିଣୀ ଗୁଆ ଚୂର୍ଣ୍ଣକୁ ୧ରୁ ୨ ଗ୍ରାମ ନେଇ ସେଥିରେ ୧ ରୁ ୨ ଚାମଚ ଚିନି ଓ ୧ ଗ୍ଲାସ କ୍ଷୀର ମିଶାଇ ନିୟମିତ ଭାବରେ ସେବନ କଲେ ଅଳ୍ପଦିନ ମଧ୍ୟରେ ରତିଶକ୍ତି ବୃଦ୍ଧି ହୁଏ ।
ରକ୍ତପିତ୍ତ-କଂଚା ଗୁଆ ଓ ରକ୍ତ ଚନ୍ଦନକୁ ଚାଉଳ ଧୁଆ ପାଣି ସହିତ ବାଟି ଚିନି ମିଶାଇ ସେବନ କଲେ ରକ୍ତପିତ୍ତ ଭଲ ହୁଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking