ନୂଆଦିଲ୍ଲୀ: ସୁସ୍ଥ ଜୀବନଶୈଳୀ ପାଇଁ ସମୟସୀମାରେ ଖାଦ୍ୟ ଗ୍ରହଣ ଏବଂ ଶୋଇବା ନିତାନ୍ତ ଆବଶ୍ୟକ । ଯାହାଦ୍ୱାରା ମେଟାବେଲିଜିୟମ ମଧ୍ୟ ଠିକ୍ ରୁହେ । ଯେଉଁଥିରେ ଆପଣଙ୍କ କ୍ୟାଲୋରୀ ନିୟନ୍ତ୍ରଣରେ ରହିଥାଏ । ଆଉ ଆପଣ ସୁସ୍ଥ ରହିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି କେଉଁ ପାର୍ଶ୍ୱରେ ଶୋଇବା ଦ୍ୱାରା ଆମ ଶରୀରରେ କଣ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା…..
ସୁସ୍ଥ ରହିବା ପାଇଁ ସଠିକ୍ ଖାଦ୍ୟପେୟ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ନିହାତି ଜରୁରୀ । ଯଦି ଆପଣଙ୍କର ନିଦରେ କୌଣସି ସମସ୍ୟା ରୁହେ କିମ୍ବା ଆପଣ ରାତିରେ ଠିକ୍ ଭାବେ ନଶୋଇ ଅନିଦ୍ରା ରହିଲେ ତେବେ ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ଆପଣ ଶୋଇବା ସମୟରେ କେଉଁ କଡ଼ ମାଡ଼ି ଶୋଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ।
ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଯଦି ଆପଣ ବାମ କଡ଼ରେ ଶୋଉଛନ୍ତି ତେବେ ହୃଦରୋଗର ଆଶଙ୍କା କମ୍ ରହିଥାଏ । ଯଦି ଆପଣଙ୍କର ସାଇନସ୍ ସମସ୍ୟା ରହିଛି । ତେବେ ଆପଣ କାନ୍ଧ ତଳେ ଟକିଆ ରଖି ଶୋଇବାକୁ ଚେଷ୍ଟା କରନ୍ତୁ ଏପରି ଶୋଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।