29.1 C
Bhubaneswar
Thursday, May 2, 2024
Homeଓଡିଶାଯାଜପୁରକେନ୍ଦ୍ରୀୟ ପେନସନ ପାଉଥିବା କଳାକାରଙ୍କ କୃତଜ୍ଞତା ଜ୍ଞାପନ

କେନ୍ଦ୍ରୀୟ ପେନସନ ପାଉଥିବା କଳାକାରଙ୍କ କୃତଜ୍ଞତା ଜ୍ଞାପନ

ଯାଜପୁର : ଯାଜପୁର ଜିଲ୍ଲା ଲୋକ କଳାରେ ଏକ ସମୃଦ୍ଧ ଜିଲ୍ଲା। ଚଳିତ ୨୦୨୧-୨୨ ବର୍ଷରେ ଜିଲ୍ଲାର ୨୧୩ ଜଣ କଳାକାର କେନ୍ଦ୍ରୀୟ କଳାକାର ଯୋଜନାରେ ସାମିଲ ହେବା ଜିଲ୍ଲା ପାଇଁ ଗୌରବର କଥା। ତେବେ ଜିଲ୍ଲା ପ୍ରଶାସନର ସହଯୋଗ, କଳାକାର ମାନଙ୍କ ପ୍ରତି ସମ୍ବେଦନଶୀଳତା ଓ ତତକ୍ଷଣାତ ଆବେଦନ ପତ୍ରକୁ କେନ୍ଦ୍ରକୁ ପ୍ରେରଣ ଯୋଗୁଁ କଳାକାର ମାନେ ଉପକୃତ ହୋଇ ପାରୁଛନ୍ତି ବୋଲି କଳାକାରମାନେ ମତଦିଅନ୍ତି। ଏହି ସହଯୋଗ ପାଇଁ କେନ୍ଦ୍ରୀୟ ସହାୟତା ପାଇଥିବା କଳାକାର ଓ ଅନ୍ୟାନ୍ୟ କଳାକାର ମାନେ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଓ କୃତଞତା ଜଣାଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ କଳାକାର ମାନେ ସାକ୍ଷାତ କରି ଓ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଓ କୃତଞତା ଜଣାଇଛନ୍ତି। ସେହିପରି ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀଙ୍କୁ କଳାକାର ମାନେ ପୁଷ୍ପ ଗୁଛଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ପାଲା ଗୁରୁ ତଥା ଉପଦେଷ୍ଟା ଦାଶରଥି ମିଶ୍ର, ରବି ନାରାୟଣ କର,ପ୍ରସନ୍ନ କର, ଭରତ ଚନ୍ଦ୍ର ଶତପଥୀ, ବାଟକୃଷ୍ଣ ସାହୁ, ନାରାୟଣ ଶତପଥୀ ଓ ବନମାଳୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲାରୁ ୨୦୧୯-୨୦ରେ ୫୩ ଓ ୨୦୨୦-୨୧ରେ ୯୩ ଜଣ କେନ୍ଦ୍ର କଳାକାର ଯୋଜନାରେ ସାମିଲ ହୋଇ ମାସିକ ୪୦୦୦ ଟଙ୍କା ଲେଖାଏଁ କେନ୍ଦ୍ର କଳାକାର ସହାୟତା ହିସାବରେ ପାଉଛନ୍ତି। ଏପରିକି ଚଳିତ ବର୍ଷ ସମଗ୍ର ରାଜ୍ୟରୁ ୧୨୬୬ ଜଣ ପାଇଥିବା ବେଳେ କେବଳ ଯାଜପୁର ଜିଲ୍ଲାରୁ ୨୧୩ ଜଣ କେନ୍ଦ୍ର କଳାକାର ସହାୟତା ପାଇଛନ୍ତି। ବିଗତ ବର୍ଷ ମଧ୍ୟ ସମଗ୍ର ରାଜ୍ୟରେ ୩୪୧ ଜଣ ପାଇଥିବା ବେଳେ କେବଳ ଯାଜପୁର ଜିଲ୍ଲାରୁ ୯୩ ଜଣ କଳାକାର ଉପକୃତ ହୋଇଥିଲେ ବୋଲି ଊପଦେଷ୍ଟା ଦାଶରଥି ମିଶ୍ର ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking