27.1 C
Bhubaneswar
Monday, July 14, 2025
Homeଜୀବନଶୈଳୀଶୋଇବା ପୂର୍ବରୁ ଗୋଲାପ ଜଳ ଲଗାଇଲେ ଚମକିବ ତ୍ୱଚା..

ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାଇଲେ ଚମକିବ ତ୍ୱଚା..

ଭୁବନେଶ୍ୱର : ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଉପକାରୀ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ କୋମଳ କରିଥାଏ।ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳରେ ମୁହଁ ପୋଛନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକକୁ ବୃଦ୍ଧି କରିଥାଏ।ଗୋଲାପ ଜଳ ତ୍ୱଚାକୁ ଶୁଷ୍କ ହେବାକୁ ଦେଇନଥାଏ।ଗୋଲାପ ଜଳ ବ୍ୟବହାର ଦ୍ୱାରା ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।ଘରୁ ବାହାରକୁ ଯିବା ପୂର୍ବରୁ ତ୍ୱଚାରେ ଗୋଲାପ ଜଳ ନିଶ୍ଚୟ ଲଗାନ୍ତୁ। ଏହା ସନବର୍ନରୁ ରକ୍ଷା କରେ।ତୁଳାରେ କିଛି ଗୋଲାପ ଜଳ ଭିଜାଇ ଏହାକୁ ଆଖି ଉପରେ ରଖନ୍ତୁ। ଏହାଦ୍ୱାରା ଆଖିତଳ କଳାଦାଗ ଦୂର ହୋଇଥାଏ।ମୁହଁ ଭଲ ଭାବେ ଧୋଇବା ପରେ ଗୋଲାପ ଜଳରେ ମୁହଁ ପୋଛନ୍ତୁ। ଏହା ତ୍ୱଚାର ଚମକକୁ ଦ୍ୱିଗୁଣିତ କରିଥାଏ।ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ। ଏହା ଓଠକୁ କୋମଳ କରିବା ସହ ପ୍ରାକୃତିକ ଭାବେ ଗୋଲାପି ରଖିଥାଏ। ନିୟମିତ ଗୋଲାପ ଜଳ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking