ନୂଆଦିଲ୍ଲୀ: ନବ ନିର୍ବାଚିତ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀରେ ଆଜି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେହେତୁ ଏହା ପ୍ରଥମ ଥର ପାଇଁ ମେୟର ଚୟନ କରିବାକୁ ସାକ୍ଷାତ ହୋଇଥିଲା। ଆମ୍ ଆଦମୀ ପାର୍ଟି ସଦସ୍ୟମାନେ ସ୍ଲୋଗାନ ଦେବା ସହ ନାଗରିକ ଗୃହ ମଝିରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କ ଦ୍ୱାରା ନିଯୁକ୍ତ ଅସ୍ଥାୟୀ ବାଚସ୍ପତି ଶର୍ମା ମନୋନୀତ ସଦସ୍ୟଙ୍କ ନିକଟରେ ଶପଥ ନେବା ଆରମ୍ଭ କରିବା ପରେ ଏହି ବିରୋଧ ଆରମ୍ଭ ହୋଇଥିଲା।
ସୄଚନା ମୁତାବକ ଆମ୍ ଆଦମୀ ପାର୍ଟି ସଦସ୍ୟମାନେ କହିଛନ୍ତି ଯେ ମନୋନୀତ ସଦସ୍ୟଙ୍କ ପୂର୍ବରୁ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବା ଉଚିତ୍। ଦିଲ୍ଲୀରେ ସେଣ୍ଟରର ପ୍ରତିନିଧୀ ଥିବା ଆମ୍ ଆଦମୀ ପାର୍ଟି ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ପାୱାର କଳହ ଶ୍ରୀ ସାକ୍ସେନାଙ୍କ ଦ୍ୱାରା ହୋଇଥିବା ନିଯୁକ୍ତିକୁ ନେଇ ନାଟକୀୟ ଭାବେ ବୃଦ୍ଧି ପାଇଛି। ନବ ନିର୍ବାଚିତ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀରେ ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପରେ ଶ୍ରୀ ସାକ୍ସେନା ଆଜି ମେୟର ନିର୍ବାଚନରେ ଅଧ୍ୟକ୍ଷତା କରିବାକୁ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ମଧ୍ୟ ଅସ୍ଥାୟୀ ବାଚସ୍ପତି ଭାବରେ ନାମିତ କରିଛନ୍ତି।