ଅନୁଗୁଳ : ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ପୂର୍ବରୁ ଥିବା ୮୯ ବର୍ଷର ସିଙ୍ଗଡ଼ା ପୋଲ ଭୁଶୁଡ଼ି ପଡ଼ିଛି । ସିଙ୍ଗଡ଼ା ନଦୀରେ ସ୍ୱାଧିନତା ପୂର୍ବରୁ ୧୯୩୦ ମସିହାରୁ ଏହି ପୋଲ ନିର୍ମାଣ ହୋଇଥିଲା । ୧୯୩୨ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଜନସାଧାରଣଙ୍କ ବ୍ୟବହାର ପାଇଁ ଉସର୍ଗ କରାଯାଇଥଲା । ଏହି ରାସ୍ତା ଯାନବାହାନ ଚଳାଚଳ ଅଧକ ହେବାକୁ ଲାଗିଲା । ପୋଲଟି ଲୁହାରେ ତିଆରି ଅଣଓସାରିଆ ହୋଇଥବାରୁ ଏଠାରେ ଯାନବାହାନ ଚଳାଚଳରେ ବିଳମ୍ବ ହେଲା । ଅନ୍ୟ ପକ୍ଷରେ ଅନୁଗୁଳ ଛେଣ୍ଡିପଦା ରାସ୍ତାକୁ ରାଜ୍ୟ ରଜପଥର ମାନ୍ୟତା ମିଳିବପରେ ଏହାର ପାଖରେ ୨୦୧୦ ମସିହାରେ ଏକ ସିମେଣ୍ଟ କଂକ୍ରିଟର ଓସାରିଆ ଦୁଇ ଲେନ୍ ବିଶିଷ୍ଟ ନୂଆ ପୋଲ ନିର୍ମାଣ କରାଗଲା ।
ନୂଆ ପୋଲରେ ଯାନବାହାନ ଚଳାଚଳକରିବା ପରେ ଏହି ପୋଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା । ପୋଲ ଦେଇ ଗମନା ଗମନ ବନ୍ଦ ହେବରୁ ପୁରୁଣା ପୋଲର ଲୁହାକୁ ଚୋରମାନେ ଚୋରିକରି ନେଇଗଲେ। ପରସ୍ପରକୁ ସଂଯୋଗ କରୁଥିବା ଲୁହା ବିମ ଓ ଆଙ୍ଗେଲ ଚୋରି ହେବାପରେ ପୋଲିଟି ଧିରେ ଧିରେ ନଷ୍ଟ ହେବକୁ ଲାଗିଲା । ଯାହାଫଳରେ ପୋଲଟି ବୁଧବାର ରାତିରେ ଭୁଶୁଡ଼ି ପଡ଼ିଛି । ଏହି ପୋଲ ଅନେକ ସ୍ମୃତି ବହନ କରିଥିବା ବେଳେ ଏହାକୁ ଏକ ସ୍ମୃତି ସନ୍ତକଭାବେ ସାଇତା ହୋଇ ରଖିବାକୁ ଅଞ୍ଚଳବାସୀ ଦାବି କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୁରୁଣା ପୋଲଟି ପ୍ରତି କୌଣସି ଗୁରୁତ୍ୱ ଦିଆଯାଇ ନଥିଲା । ଯାହାଫଳରେ ଏକ ସ୍ମୃତି ଧ୍ୱଂଶ ପାଇଗଲା ।