36.1 C
Bhubaneswar
Sunday, May 19, 2024
Homeଓଡିଶାଅନୁଭବ-ବର୍ଷା ବିବାହ ବିଛେଦ ମାମଲା : ତ୍ୱରିତ ଫଇସଲା ପାଇଁ ହାଇକୋର୍ଟରେ ଅନୁଭବ

ଅନୁଭବ-ବର୍ଷା ବିବାହ ବିଛେଦ ମାମଲା : ତ୍ୱରିତ ଫଇସଲା ପାଇଁ ହାଇକୋର୍ଟରେ ଅନୁଭବ

କଟକ:  କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର  ତ୍ୱରିତ ଫଇସଲା ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଛନ୍ତି । ଅନୁଭବ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ମାମଲାର ତ୍ୱରିତ ଫଇସଲା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଥିବାରୁ କଟକର ପାରିବାରିକ ଅଦାଲତଙ୍କୁ ଏହାର ଶିଘ୍ର ଫଇସଲା କରିବାକୁ ହାଇକୋର୍ଟ ଆଦେଶ ଦିଅନ୍ତୁ ।
ସୂଚନାଥାଉକି ବର୍ଷା ଓ ଅନୁଭବଙ୍କ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ  ଆବେଦନ କରାଯାଇଥିଲାବେଳେ ଅନୁଭବଙ୍କ ପକ୍ଷରୁ  ବର୍ଷାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରାଯାଇଛି ।  ଅନୁଭବଙ୍କ ପକ୍ଷରୁ ତାଙ୍କ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାକୁ ରୁଜୁ  ମାମଲାରେ ଦର୍ଶାଯାଇଛି ଯେ ପାରିବାରିକ ଜୀବନରେ ବର୍ଷା କେବେ ହେଲେ ସହଯୋଗ କରୁନଥିଲେ । ଦୁହିଙ୍କ ଭିତରେ ମତ ପାର୍ଥକ୍ୟ କାରଣରୁ ଦୁହେଁ ଗତ ୨୦୨୦ ମଇ ୧ ତାରିଖରୁ ସେମାନେ ଅଲଗା ଅଲଗା ରହୁଥିବା ଦର୍ଶାଇଛନ୍ତି ।  ପିଟିସନ୍‌ରେ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରିରୀକ ସମ୍ପର୍କ ରଖିବାକୁ ଅନିଛା ପ୍ରକାଶ କରୁଥିଲେ ।

ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହଁନ୍ତି ବରଂ  ସେ  ସର୍ବଦା  ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଅନ୍ୟପକ୍ଷରେ ଅନୁଭବ ଓ  ତାଙ୍କ ପରିବାର ସଦସ୍ୟଙ୍କ  ବିରୋଧରେ ମାମଲା ରୁଜୁ କରିବାକୁ  ବର୍ଷା ଧମକ ଦେଇ ତାଙ୍କୁ ମାନଶିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ଅଭିଯୋଗ କରିଛନ୍ତି ।   ବର୍ଷା ମଧ୍ୟ ଅନୁରପ ଭାବେ ଅନୁଭବଙ୍କ ବିରୋଧରେ ଏକ ଭରଣପୋଷଣ ମାମଲା ରୁଜୁ କରିଛନ୍ତି । ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଛନ୍ତି । ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରାର୍ଥନା କରିଛନ୍ତି ।  ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଅନୁଭବ ମଦ ପିଇ ତାଙ୍କୁ ମାଡପିଟ କରି ଉଭୟ ଶାରିରୀକ ଓ ମାନଶିକ ଭାବେ ନିର୍ଯାତନା ଦେଇ ଆସୁଛନ୍ତି ।

ଏପରିସ୍ଥଳେ ସେ କ୍ଷତିପୁରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ଘରଭଡା ମାସିକ ୨୦ ହଜାର  ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର  ଦାବୀ କରିଥିବାବେଳେ ସେ କଟକର ପାରିବାରିକ ଅଦାଲତରେ ସେମାନଙ୍କ ବିବାହର ପୁନଃ ପ୍ରତିଷ୍ଠା ନିମନ୍ତେ ଆବେଦନ କରିଛନ୍ତି ।  ଅନ୍ୟପକ୍ଷରେ କଟକର ପାରିବାରିକ ଅଦାଲତର  ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ କନ୍‌ସିଲିଏସନ୍ ଚାଲିଥିବାବେଳେ ବର୍ଷା ଏଥିରେ ସହଯୋଗ କରୁନଥିବା ଅନୁଭବ ଦର୍ଶାଇଛନ୍ତି । ଫଳରେ ମାମଲାର ତ୍ୱରିତ ଶୁଣାଣି ହୋଇପାରୁନାହିିଁ ସେ ଅଭିଯୋଗ କରିଛନ୍ତି । ଏପରିସ୍ଥଳେ ମାମଲାର ତ୍ୱରିତ ଫଇସଲା କରିବାକୁ ହାଇକୋର୍ଟ କଟକର ପାରିବାରିକ ଅଦାଲତଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁଭବ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟରେ ଅନୁଭବଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଆଲୋକ ମହାପାତ୍ର ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking