ବାରଙ୍ଗ : ଆଜି ବି ପ୍ରାଣୀ ଉଦ୍ୟାନରୁ ଆସିଛି ଆଉ ଏକ ଅଘଟଣର ଖବର । ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟ ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଥିଲା । ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲା । କହିବାକୁ ଗଲେ ଦୁଇ ଦିନ ମଧ୍ୟରେ ଗଲାଣି ଦୁଇ ଆନାକୋଣ୍ଡାଙ୍କ ମୃତ୍ୟୁ । ଯାହାକୁ ନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୁପକ୍ଷ ଚିନ୍ତାରେ ପଡିଛନ୍ତି ।