23.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶଜେଇଇ ମେନ୍ ପରୀକ୍ଷାରେ ଅସଫଳ କାରଣରୁ ଜୀବନ ହାରିଲେ ଆଉ ଜଣେ ଛାତ୍ର

ଜେଇଇ ମେନ୍ ପରୀକ୍ଷାରେ ଅସଫଳ କାରଣରୁ ଜୀବନ ହାରିଲେ ଆଉ ଜଣେ ଛାତ୍ର

ଜୟପୁର: କୋଟାରେ ଛାତ୍ର ମୃତ୍ୟୁରେ ଲାଗୁନି ବ୍ରେକ । ଜେଇଇ ମେନ୍ ପରୀକ୍ଷାରେ ଅସଫଳ କାରଣରୁ ଜୀବନ ହାରିଲେ ଆଉ ଜଣେ ଛାତ୍ର । ଛାତ୍ର ଜଣକ ଫ୍ୟାନରେ ଝୁଲି ନିଜ ଜୀବନ ହାରିଛନ୍ତି । ରାଜସ୍ଥାନ ମହାବୀର ନଗରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଉଦାସୀନତାକୁ ଦୂର କରିବା ଏବଂ ଆତ୍ମହତ୍ୟାକୁ ରୋକିବା ପାଇଁ କୋଟାରେ କୋଚିଂ ଏବଂ ହଷ୍ଟେଲରେ ଅନେକ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ବ୍ରେକ ଲାଗିବାର ନାଁ ନେଉନି ।

ଯାହାକି ଏକପ୍ରକାର ଚିନ୍ତାର କାରଣ ସାଜିଛି । ମୃତ ଛାତ୍ରଙ୍କର ନାମ ଶୁଭ କୁମାର ଚୌଧୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶୁଭ ଛତିଶଗଡରୁ କୋଟାକୁ ଆସି ଆଇଆଇଟି ପରୀକ୍ଷା ଔଋଋ ମେନ୍ ଏବଂ ଆଡଭାନ୍ସଡ ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଆଜି ସକାଳୁ ସକାଳୁ ଜେଇଇ ମେନ୍ ପରୀକ୍ଷା ଫଳ ବାହାରିଥିଲା । ଏହା ପୂର୍ବରୁ ଉତ୍ତର ଜାରି କରାଯାଇଥିଲା । ଯେଉଁଥିର ଶୁଭଙ୍କର ରାଙ୍କ କମ ରହିବା ନେଇ ସେ ସ୍ପଷ୍ଟ ହୋଇଥିଲେ । ତେଣୁ ଗତ ରାତିରେ ସେ ଫ୍ୟାନରେ ଝୁଲି ପଡି ଜୀବନ ହାରିଛନ୍ତି । ଆଜି ସକାଳୁ ଛାତ୍ର ଜଣକ କବାଟ ନଖୋଲିବା କାରଣରୁ ହଷ୍ଟେଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ ।

ଏହାପରେ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ । ଜବାହାର ନଗର ଥାନା ପୋଲିସ ସବ ଇନ୍ସିପେକ୍ଟରଙ୍କ କହିବା ଅନୁସାରେ, ୧୮ ବର୍ଷୀୟ ଶୁଭ କୁମାର ଚୌଧୁରୀ ମହାବୀର ନଗର ପ୍ରଥମ ସ୍ଥିତ କୃଷ୍ଣ ରେସିଡେନ୍ସିରେ ରହୁଥିଲେ । ତେବେ ସେ କବାଟ ନଖୋଲିବା କାରଣରୁ ହସ୍ପିଟାଲ ପକ୍ଷରୁ ଆମକୁ ସୂଚନା ଦିଆଯାଇଥିଲା । ଆମେ କବାଟ ଖୋଲି ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲୁ । ଏହାପରେ ଏମବିଏସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି । ଶୁଭ କୁମାର ସୋମବାର ରାତିରେ ହିଁ ଜୀବନ ହାରିଥିବା ଜଣାପଡିଛି । ଚଳିତ ବର୍ଷ କୋଟାରେ ଛାତ୍ର ମୃତ୍ୟୁର ଏହା ତୃତୀୟ ମାମଲା । ଏହା ପୂର୍ବରୁ ଜାନୁଆରୀ ୨୪ ତାରିଖରେ ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଜଣେ ଛାତ୍ର ଜୀବନ ହାରିଥିଲେ । ତେବେ ରାଜସ୍ଥାନ କୋଟାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଏକପ୍ରକାର ଚିନ୍ତାଜନକ ବିଷୟ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking