ହାଇଦ୍ରାବାଦ: ଦିନ କୁ ଦିନ ଅଧିକ ଅସୁରକ୍ଷିତ ହେଉଛି ନିଜାମ୍ ସିଟି ହାଇଦ୍ରାବାଦ । ଘରୁ ବାହାରକୁ ବାହାରିବାକୁ ଏବେ ଭୟ କରୁଛନ୍ତି ମହିଳା। କିଛି ଦିନ ବ୍ୟବଧାନରେ ହେଲାଣି ଦୁଇ ଦୁଇଟି ଗଣ ଦୁଷ୍କର୍ମ ମାମଲା । ଜୁବୁଲି ହିଲ୍ସ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାକୁ ମାତ୍ର କେଇଟା ଦିନ ନ ପୁରୁଣୁ ଆଉ ଏକ ସମାନ ମାମଲା ସାମ୍ନାକୁ ଆସିଛି । ଏପ୍ରିଲ 20 ରେ ନିଜାମାବାଦ ଜିଲ୍ଲାର ଜଣେ ନାବାଳିକା ଗଣଦୁଷ୍କର୍ମ ର ଶିକାର ହେଇଥିଲେ। କିନ୍ତୁ ମାମଲା ଚପେଇ ଦିଆଯାଇଥିଲା । କିନ୍ତୁ ପୀଡ଼ିତଙ୍କ ପରିବାର ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ସାଙ୍ଗର ଜନ୍ମଦିନ ପାର୍ଟିରେ ସାମିଲ ହେବା ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କର ସୋସିଆଲ ମିଡିଆ ବନ୍ଧୁ । ଅନ୍ୟ ଜଣେ ବନ୍ଧୁଙ୍କ ପଡୋଶୀ ବୋଲି ଜଣାପଡ଼ିଛି ।ତେବେ ପୋଲିସ ପୀଡିତା ନାବାଳିକା ଥିବାରୁ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଥିଲା ପୋଲିସ। ତଦନ୍ତ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁହିଁଙ୍କ ନାମ ରୋହିତ ଏବଂ ଭାନୁ ବୋଲି ଜଣା ପଡ଼ିଥିବା ବେଳେ । ଜଣେ ପୀଡ଼ିତଙ୍କ ଘର ପାଖ ଅଞ୍ଚଳ ର ବୋଲି ପୋଲିସ ସୂଚନା ଦେଇଛି।