28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସୀମାପାର୍ ପ୍ରେମ କାହାଣୀର ଆଉ ଏକ ଦୃଷ୍ଟାନ୍ତ; ବିବାହ ପାଇଁ ଭାରତରେ ପହଞ୍ଚିଲେ ପାକ୍ ମହିଳା

ସୀମାପାର୍ ପ୍ରେମ କାହାଣୀର ଆଉ ଏକ ଦୃଷ୍ଟାନ୍ତ; ବିବାହ ପାଇଁ ଭାରତରେ ପହଞ୍ଚିଲେ ପାକ୍ ମହିଳା

ଚଣ୍ଡିଗଡ: ସୀମାପାର୍  ପ୍ରେମ କାହାଣୀର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ନିକଟରେ ଭାରତୀୟ ପ୍ରେମିକଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଜଣେ ମହିଳା ବୈଧ ଭିସା ଜରିଆରେ ମଙ୍ଗଳବାର ୱାଘା ସୀମାନ୍ତ ଦେଇ ଅମୃତସରରେ ପହଞ୍ଚିଛନ୍ତି । ବିଗତ ପାଞ୍ଚବର୍ଷ ଧରି କରାଚିରେ ବାସ କରୁଥିବା ଜାଭେରିଆ ଖାନୁମ୍ ନାମ୍ନୀ ଏହି ମହିଳାଙ୍କ ସହ କୋଲକାତା ନିବାସୀ ସମୀର ଖାନ୍‌ଙ୍କ ପ୍ରେମସମ୍ପର୍କ ଗଢିଉଠିଥିଲା ।

ଏହାକୁ ବିବାହରେ ପରିଣତ କରିବାକୁ ପ୍ରେମୀଯୁଗଳ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଜାଭେରିଆଙ୍କ ଭିସା ଆବେଦନ ଦୁଇ ଦୁଇଥର ନାକଚ ହୋଇଥିବାବେଳେ ତୃତୀୟ ଥର ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ତାଙ୍କୁ ଏଥର ୪୫ ଦିନିଆ ଭିସା ମିଳିଛି । ୨୦୧୮ରେ ଜର୍ମାନୀରୁ ଉଚ୍ଚଶିକ୍ଷା ଲାଭ କରି ଭାରତ ଫେରିବାପରେ ସମୀର ତାଙ୍କ ମାଆଙ୍କ ମେ।।ବାଇଲ୍‌ରେ ଜାଭେରିଆଙ୍କ ଫଟୋ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥିବା କହିଛନ୍ତି । ଆସନ୍ତାବର୍ଷ ଜାନୁଆରୀରେ ସେମାବଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ପ୍ରେମୀଯୁଗଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking