37.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ଆଉ ୩୯୦ଜଣ ହେଲେ ସୁସ୍ଥ

ଆଜି ଆଉ ୩୯୦ଜଣ ହେଲେ ସୁସ୍ଥ

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୩୯୦ କରୋନା ସଂକ୍ରମିତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ୮୭୫୦ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହା ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ଅନ୍ୟ ପଟେ ସୁସ୍ଥ ହାର ମଧ୍ୟ ବଢି ଚାଲିଛି ।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୭୧ ଜଣ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୮ଜଣ ଲେଖାଏଁ , ଯାଜପୁରରୁ ୨୫ ଜଣ , ନବରଙ୍ଗନପୁରରୁ ୨୪ଜଣ , ସମ୍ବଲପୁରରୁ ୨୨ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୫ଜଣ , ବାଲେଶ୍ୱରରୁ ୯ଜଣ , ବରଗନରୁ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳ , କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁର ଓ କୋରାପୁଟରୁ ୪ଜଣ ଲେଖାଏଁ , ଭଦ୍ରକ , ବୌଦ୍ଧ ଓ କେନ୍ଦୁଝରରୁ ୩ଜଣ ଲେଖାଏଁ , ନୟାଗଡ଼ ଓ ପୁରୀରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ୮୭୫୦ ଜଣ ସୁସ୍ଥ ହୋଇସାରିଲେଣି । ସେପଟେ ଆଜି ରାଜ୍ୟରେ ୫୯୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର ୧୨୧କୁ ବୃଦ୍ଧିପାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking