28.1 C
Bhubaneswar
Monday, July 21, 2025
Homeଓଡିଶାଆଜି ସକାଳୁ ଆଉ ୩ କରୋନା ପଜେଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି

ଆଜି ସକାଳୁ ଆଉ ୩ କରୋନା ପଜେଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ଆଉ ୩ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ଜଣ ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଂଚିଛଇ । ଏମାନେ ସମସ୍ତେ ପଶ୍ଚମିବଙ୍ଗ ଲିଙ୍କ୍‌ର ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଗତକାଲି କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼  ୩ ନୂଆ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଏହାକୁ ମିଶାଇ ରାଜ୍ୟର ମୋଟ ୧୪ ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛି। ଏହା ବ୍ୟତୀତ ଗତକାଲି ବାଲେଶ୍ବର ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି। ଅନ୍ୟପକ୍ଷ‌ରେ ୧୪ଦିନ ପରେ ରାଜଧାନୀରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୭୭ବର୍ଷର ଏହି ବ୍ୟକ୍ତି ଜଣକ ପୂର୍ବରୁ କରୋନା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।
ରାଜ୍ୟରେ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଥିବା ବେଳେ ବୁଧବାର ରାଜଧାନୀର ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ। ରାଜ୍ୟରେ ଗତକାଲି ନୂଆ ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଛି ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲା। ଏହି ଜିଲ୍ଲାରୁ ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ପଞ୍ଚପଲ୍ଲୀର ଜଣେ ୬୦ବର୍ଷର ପୁରୁଷ, ଦେବଗଡ଼ ବାସୁଦେବପୁରର ୩୪ବର୍ଷର ପୁରୁଷ ଓ ଝାରସୁଗୁଡ଼ା ବ୍ରଜରାଜନଗରର ୧୮ବର୍ଷର ଯୁବତୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୯ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୮୮ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
 
https://onakhabar.com/2020/04/29/three-more-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking