34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶଆମେରିକାରୁ ଆସିଲେ ପୁଣି ୧୧୯ ଭାରତୀୟ

ଆମେରିକାରୁ ଆସିଲେ ପୁଣି ୧୧୯ ଭାରତୀୟ

ନୂଆଦିଲ୍ଲୀ:  ପୂର୍ବରୁ ଆମେରିକାରେ ବେଆଇନରେ ରହୁଥିବା ଭାରତୀୟଙ୍କୁ ପଠାଇଥିଲା ଆମେରିକା । ଆମେରିକାରୁ ନିର୍ବାସିତ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଆଜି ଭାରତରେ ପହଞ୍ଚିବାକୁ ଯାଉଛି । ବିମାନଟି ରାତି ପ୍ରାୟ ୧୦ଟାରେ ଅମୃତସରରେ ଓହ୍ଲାଇବ । ବିମାନରେ ୧୧୯ ଜଣ ଭାରତୀୟ ଥିବା ଜଣା ପଡିଛି । ସୂଚନା ଅନୁସାରେ ୧୬ ଫେବ୍ରୁଆରିରେ ମଧ୍ୟ ଆଉ ଏକ ବିମାନ ଆସି ପହଞ୍ଚିବ । ଏହା ପୂର୍ବରୁ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନେଇ ଆସିଥିବା ପ୍ରଥମ ବିମାନଟି ଫେବ୍ରୁଆରି ୫ ରେ ଅମୃତସରରେ ଅବତରଣ କରିଥିଲା । ସେଥିରେ ୧୦୪ ଜଣ ଭାରତୀୟ ଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।ସେ କେନ୍ଦ୍ର ସରକାରଙ୍କ ଉପରେ ପଞ୍ଜାବକୁ ବଦନାମ କରୁଥିବା ଆରୋପ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି “ଆମେରିକାରୁ ନିର୍ବାସିତ ହେଉଥିବା ଭାରତୀୟମାନଙ୍କୁ କେବଳ ଅମୃତସରରେ କାହିଁକି ଅବତରଣ କରାଯାଉଛି? ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ଏହା କ’ଣ ଟ୍ରମ୍ପଙ୍କ ଉପହାର ? ଏହା ଛଡା  ଆଜି ଆମେରିକାରୁ ଆସୁଥିବା ଭାରତୀୟମାନଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅମୃତସର ବିମାନବନ୍ଦରକୁ ଯାଇପାରନ୍ତି ବୋଲି ସେ କହିଛନ୍ତି । ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା  ଭାରତୀୟଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ । ବେଆଇନ ପ୍ରବାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ପ୍ରଚାର ପ୍ରତିଶ୍ରୁତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking