ଡେରାଡୁନ୍ : ଉତ୍ତରାଖଣ୍ଡ ଅଙ୍କିତା ହତ୍ୟା ମାମଲାର ତିନି ଅଭିଯୁକ୍ତ ପୁଲକିତ, ଅଙ୍କିତ ଓ ସୌରଭଙ୍କୁ କୋର୍ଟ ତିନିଦିନ ପାଇଁ ପୁଲିସ ରିମାଣ୍ଡ୍ରେ ପଠାଇ ଦେଇଛନ୍ତି । ଫଳରେ ଅଭିଯୁକ୍ତଙ୍କୁ ଜେରା ପାଇଁ ପୁଲିସ ଶୁକ୍ରବାର ପୌଡ଼ି ଜେଲ୍ରୁ ଅଣାଯିବ । ଏସ୍ଆଇଟି ଅଭିଯୁକ୍ତଙ୍କୁ ଜେରା ପାଇଁ ଘଟଣାସ୍ଥଳକୁ ମଧ୍ୟ ନେବ ।
ଅନ୍ୟପକ୍ଷରେ ଗୁରୁବାର ବୟାନ ରେକର୍ଡ କରାଇବା ପାଇଁ ଅଙ୍କିତାଙ୍କ ବନ୍ଧୁ ପୁଷ୍ପ ଲକ୍ଷ୍ମଣଝୁଲା ଥାନାରେ ପହଞ୍ଚିଥିଲେ । ଏସ୍ଆଇଟି ଏକ ଗୋପନୀୟ ସ୍ଥାନକୁ ନେଇ ତାଙ୍କ ବୟାନ ରେକର୍ଡ କରିଛି । ଅଙ୍କିତାଙ୍କ ସହିତ ବନ୍ଧୁତା ହେବା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପୁଷ୍ପ ସମସ୍ତ ଘଟଣା ପୁଲିସକୁ ଜଣାଇଛନ୍ତି । ଅଙ୍କିତା ହତ୍ୟାକାଣ୍ଡର ୫ ଦିନ ଧରି ତଦନ୍ତ କରୁଥିôା ଏସ୍ଆଇଟି ଇତିମଧ୍ୟରେ ବହୁ ଲୋକଙ୍କୁ ଜେରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛି । ଏହା ମଧ୍ୟରେ ରିସର୍ଟର କର୍ମଚାରୀ, କାମ ଛାଡ଼ିଥିବା କର୍ମଚାରୀ ଏବଂ ପୁଷ୍ପ (ଫୋନ୍ ମାଧ୍ୟମରେ)ରେ ଅନ୍ୟତମ ।