28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୨୦ ବର୍ଷ ଧରି ପାଣି ନ ପିଇ କୋଲଡ୍ରିଙ୍କସ ପିଉଛନ୍ତି ଏହି ବ୍ୟକ୍ତି

୨୦ ବର୍ଷ ଧରି ପାଣି ନ ପିଇ କୋଲଡ୍ରିଙ୍କସ ପିଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ପାଣି ମଣିଷ ପାଇଁ ନିହାତି ଆବଶ୍ୟକ । ଆମେ ପାଣି ନ ପିଇଲେ ବଞ୍ଚି ପାରିବା ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି, ବ୍ରିଟେନର ଜଣେ ବ୍ୟକ୍ତି ବିନା ପାଣିରେ ବଞ୍ଚିଛନ୍ତି ୨୦ ବର୍ଷ । ଏବେ ଆଶ୍ଚର‌୍ୟ୍ୟର କଥା ସେ ଏତେ ଦିନ ଯାଏ ବଞ୍ଚିଲେ କିପରି? ଏହାର ଉତ୍ତର ହେଉଛି ସେ ପାଣି ଯାଗାରେ ପିଉଥିଲେ କୋଲ୍ଡ ଡ୍ରିଙ୍କସ୍ । ପ୍ରତିଦିନ ସେ ପାଣି ଯାଗାରେ ୩୦ଟା କେନ୍ କୋଲ୍ଡ ଡ୍ରିଙ୍କସ ପିଉଥିଲେ । ବ୍ରିଟେନରେ ରହୁଥିବା ୪୧ ବର୍ଷିୟ ଏହି ବ୍ୟକ୍ତି ହେଉଛନ୍ତି ଆଣ୍ଡି । ଯେତେବେଳେ ସେ ୨୦ ବର୍ଷ ବୟସର ଥିଲେ ସେତେବେଳେ କୋଲ୍ଡ ଡ୍ରିଙ୍କସ ପିଇବା ଆରମ୍ଭ କରିଥିଲେ । ପ୍ରତିଦିନ ୩୦ଟା କେନ୍ ପିଉଥିବା ଏହି ବ୍ୟକ୍ତି ୭ ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ୬. ୭ ଲକ୍ଷ ଟଙ୍କାର କୋଲ୍ଡ ଡ୍ରିଙ୍କସ ପିଇଛନ୍ତି । ସେ ଦିନକୁ ୨ ହଜାର ଟଙ୍କାର କୋଲ୍ଡ ଡ୍ରିଙ୍କସ ପିଉଥିଲେ। ଏବେ ଯାଏ ସେ ମୋଟ ୨୧୯, ୦୦୦ କେନ୍ କୋଲ୍ଡ ଡ୍ରିଙ୍କସ ପିଇ ସାରିଲେଣି । ଆଣ୍ଡି ଦୁଇ ବର୍ଷର ଅନଲାଇନ୍ ହାଇପୋଥେରାପି ପରେ ଠିକ୍ ହୋଇଛନ୍ତି । ସେ କହିଛନ୍ତି, ମୋତେ ଥଣ୍ଡା ପାନୀୟ ବହୁତ ଭଲ ଲାଗେ । ଏହା ଛଡା ମୋତେ ଆଉ କିଛି ପସନ୍ଦ ଆସୁ ନଥିଲା । ହେଲେ ଏହା କେତେବେଳେ ନିଶାରେ ପରିଣତ ହୋଇଗଲା ତାହା ମୁଁ ଜାଣି ପାରିଲିନାହିଁ । ଆଣ୍ଡି ଏହା ମାନିଛନ୍ତି ଯେ, ଥଣ୍ଡା ପାନୀୟ ପିଇବା ଯୋଗୁ ତାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଛି । ଆଣ୍ଡିଙ୍କ ଶରୀରର ଓଜନ ୨୬୬ ପାଉଣ୍ଡ ବା ୧୨୦ କେଜି ହୋଇଗଲା । ,ସେତେବେଶେ ସେ ଅନୁଭବ କଲେ ଯେ କୋଲଡ୍ରିଙ୍କସ ଛାଡିବାର ସମୟ ଆସି ଯାଇଛି । ଡକ୍ଟର ମଧ୍ୟ ଆଣ୍ଡିଙ୍କୁ ଡାଇବେଟିସ ହେବା ନେଇ ସଙ୍କେତ ଦେଇଥିଲେ । ଏହା ପରେ ଆଣ୍ଡି ଏହି ଅଭ୍ୟାସ ଛାଡିବା ସହ ଏକ୍ସରସାଇଜ ବେଂ ଡାଇଟ ପ୍ଲାନ କରି ୧୨ କେଜି ଓଜନ କମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking