27.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଆନ୍ଧ୍ର ପ୍ରଦେଶ : ଫାର୍ମା କମ୍ପାନୀରେ ବିସ୍ଫୋରଣ, ୧୭ମୃତ

ଆନ୍ଧ୍ର ପ୍ରଦେଶ : ଫାର୍ମା କମ୍ପାନୀରେ ବିସ୍ଫୋରଣ, ୧୭ମୃତ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶରେ ଅନକାପଲ୍ଲୀରେ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି। ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଅନକାପଲ୍ଲୀର ଅଚ୍ୟୁତମପୁରମଠାରେ ଥିବା ଏକ ଘରୋଇ ଫାର୍ମା କମ୍ପାନୀର ରିଆକ୍ଟରରେ ବିସ୍ଫୋରଣ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ପରିବାର ସର ସରକାର ଛିଡ଼ା ହୋଇଥିବା କହିଛନ୍ତି। ତେବେ ଏହି ବିସ୍ଫୋରଣ କେମିତି ହେଲା, ସେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ସେପଟେ ପ୍ରଧାନମନ୍ତ୍ରୀ ପ୍ରତ୍ୟକ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking