ଆଣ୍ଡାମାନ : ସକାଳ ୭.୫୩ ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ଯେ ଭାରତର ପଶ୍ଚିମରେ ଅବସ୍ଥିତ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ରିକ୍ଟର ସ୍କେଲରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏନସିଏସ ସୂଚନା ଅନୁଯାୟୀ ସକାଳ ୭.୫୩ ରେ ଆଣ୍ଡାମାନ ଦ୍ୱୀପରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆଣ୍ଡାମାନରେ ହୋଇଥିବା ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ମିଳିପାରିନାହିଁ। ପୂର୍ବରୁ ମଧ୍ୟ ଆଣ୍ଡାମାନରେ ଭୂମିକମ୍ପ ଅନୁଭୂତ ହୋଇଛି ।