32.1 C
Bhubaneswar
Sunday, May 19, 2024
Homeଅପରାଧପୁଣି ମଣିପୁରରେ ତେଜିଲା ହିଂସା: ୩ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୁଣି ମଣିପୁରରେ ତେଜିଲା ହିଂସା: ୩ ଯୁବକଙ୍କୁ ବୀଭତ୍ସ ହତ୍ୟା

ଇମ୍ପାଲ : ଦୁଇ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା । କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ପରେ ସଶସ୍ତ୍ର ଦୁର୍ବୃତ୍ତମାନେ ମିଆଁମାରକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ନାଗା ବହୁଳ ଉଖରୁଲ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଶୁକ୍ରବାର ଭୋର ସମୟରେ ଥୋୱାଇ କୁକିର କୁକି ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ- ଥାଙ୍ଗଖୋକାଇ ହାଓକିପ୍‌(୩୫), ଜାମଖୋଗିନ ହାଓକିପ୍‌(୨୬) ଓ ହୋଲେନସନ୍ ବାଇତେ(୨୪) । ଏମାନେ ସମସ୍ତେ ରାତିରେ ଗାଁର ସୁରକ୍ଷା ଦାୟିତ୍ୱରେ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଶେଷଥର ପାଇଁ ଗତ ୫ ତାରିଖରେ ମଣିପୁରା ହିଂସା ଦେଖାଦେଇଥିଲା । ଗୋଷ୍ଠୀ ସଂଘର୍ଷରେ ୬ ଜଣଙ୍କ ମୃତ୍ୟୁ, ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ । ସୂଚନାଯୋଗ୍ୟ, ଗତ ମେ’ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହୋଇଥିଲା ବିରୋଧର ସ୍ୱର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking