24.1 C
Bhubaneswar
Monday, May 13, 2024
Homeଅପରାଧପୁଣି ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କ

ପୁଣି ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରି ଦିନଦିପହରେ ଲୁଟି ନେଉ ଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା । ଘରେ ପସି ବୁଲାଉଛନ୍ତି କଳାକନା । ଆଜି ସେହି ଭଳି ଏକ ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ସୁନା ଦୋକାଳ ଆଗରୁ । ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଇ ଚାଲିଯାଇଛି ଜଣେ ବ୍ୟକ୍ତି । ଏହି ଲୁଟର ଶିକାର ହୋଇଛନ୍ତି ଖୁଦ୍ ସୁନା ଦୋକାନ ମାଲିକ ମାନସ କୁମାର ସାହୁ । ମିଳିଥିବା ସୂଚନା ଅନୁସାରେ ମାନସ ଦୋକାନ ବନ୍ଦ କରି ସୁନା ଓ ରୂପା ବ୍ୟାଗକୁ ବାଇକରେ ରଖିଥିଲେ । ଏହି ସମୟରେ ଜଣେ ଲୁଟେରା ଆସି ବ୍ୟାଗ ଧରି ଚମ୍ପଟ ମାରିଥିଲା ।ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟ ପରିଶରରେ ରହୁଥିବା ମନୋରଞ୍ଜନ ଜେନା ନାମକ ବ୍ୟକ୍ତିଙ୍କ ସରକାରୀ କ୍ୱାର୍ଟର୍ସରୁ କଳାକନା ବୁଲାଇଛନ୍ତି ଲୁଟେରା । ମନୋରଞ୍ଜନଙ୍କ କହିବା ମୁତାବକ ଗତକାଲି ମନୋରଞ୍ଜନ ଘରେ ତାଲା ପକାଇ ବହାରକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ପ୍ରଥମେ ଘର କବାଟର ତାଲା କାଟି ଲୁଟେରାମାନେ ଘରେ ପଶିଥିଲେ । ତାଙ୍କ କ୍ୱାର୍ଟର୍ସରୁ ସୁନାଗହଣ, ଲ୍ୟାପଟପ୍‌, ଡିଏସ୍‌ଏଲଆର୍ କ୍ୟାମେରା ଏବଂ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏମିତି କି ଛୋଟ ଛୁଆଙ୍କ କୁମ୍ପିକୁ ମଧ୍ୟ ଛାଡିନାହାନ୍ତି ଲୁଟେରା । ଏନେଇ ଥାନାରେ ଅଭିଯୋଗପରେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରିଛି । ହେଲେ କମିଶନରେଟ ପୁଲିସ ସେଫ୍ ଡ୍ରାଇଭ ରାଜଧାନୀରେ ଚଳାଇଥିବା ବେଳେ ରାଜଧାନୀବାସୀ ଜମା ସେଫ୍ ନଥିବା ଦେଖିବାକୁମିଳୁିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking