ବରଗଡ : ବରଗଡ ବ୍ଲକ କଟାପାଳି ବାଲୁଙ୍କେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଲୁଟେରା ମାନେ ପାର୍ବତୀ ମାଙ୍କ ମୂର୍ତି ଚୋରି କରିଥିବା ବେଳେ ରବିବାର ପୁଣି ଶିବ ମନ୍ଦିରରୁ ତ୍ରୀଶୁଳ, କମଣ୍ଡଳୁ , ଦୁର୍ଗାଙ୍କ ପଥର ମୂର୍ତି ପରି ଅନେକ ଜିନିଷ ଚୋରି କରି ନେଇଯାଇଥିଲେ । ତେବେ ଏହି ଚୋରି ଘଟଣାରେ ବରଗଡ ପୋଲିସ ଚାରି ଜଣ ଚୋରଙ୍କ ସମେତ ଚୋରୀ ହୋଇଥିବା ସାମଗ୍ରୀ କୁ ଜବତ କରିଛି । ଏବଂ ଚୋର ମାନଙ୍କୁ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି ।