30.1 C
Bhubaneswar
Tuesday, March 18, 2025
Homeଓଡିଶାପୁଣି ଏଆଇ ଧରିଲା ମାଟ୍ରିକ ତ୍ରୁଟି

ପୁଣି ଏଆଇ ଧରିଲା ମାଟ୍ରିକ ତ୍ରୁଟି

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି। ଏଆଇ ଦ୍ୱାରା ସଂଗୃହିତ ହୋଇଥିବା ଲାଇଭ ଭିଡିଓରୁ ଏହି ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାୟିତ୍ୱ ହୀନତା ଧରା ପଡିଥିଲା। ରାଜ୍ୟର ମୋଟ ୭ଟି ପରୀକ୍ଷା କେନ୍ଦ୍ରରେ ଏହି ମନୁଷ୍ୟକୃତ ତୃଟି ସାମନାକୁ ଆସିଛି। ଭଦ୍ରକ ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି ଏବଂ ଯାଜପୁର ଗୋବିନ୍ଦଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ସେହିପରି କେନ୍ଦୁଝର ହାଟଡିହି ହାଇସ୍କୁଲର ୫ ନମ୍ବର ରୁମରେ ପରୀକ୍ଷାର୍ଥୀ ଏପଟ ସେପଟ ବୁଲୁଥିବା ଓ ନିଜ ନିଜ ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ କେନ୍ଦୁଝର ସାହାରପଡା ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ଏପରିକି ଅନେକ ଶିକ୍ଷକଙ୍କ ଉପରେ ମଧ୍ୟ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking