ବ୍ରହ୍ମପୁର: ପ୍ରତ୍ୟେକ ବର୍ଷ ବାତ୍ୟା ଋତୁ ଆସିଲେ ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳରେ ବସବାସ କରୁଥିବା ୫ ବ୍ଳକରେ ଶତାଧିକ ଗ୍ରାମ ସହର ଜିଲ୍ଳାର ପର୍ଯ୍ୟଟନ ସହର ଗୋପାଳପୁର ବାସିନ୍ଦା ମାନେ ପ୍ରମାଦ ଗଣୁଛନ୍ତି । ବହୁ ଦଶନ୍ଧି ଧରି ଏହି ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବାତ୍ୟା ଜନିତ କ୍ଷୟକ୍ଷତିକୁ ରୋକିବା ପାଇଁ ଅତ୍ୟାବଶ୍ୟକ ହେଉଥିବା ଗାର୍ଡୱାଲର ନିର୍ମାଣ ପ୍ରତିଶ୍ରୁତି ପାଣିରେ ଗାର ସଦୃଶ ହୋଇଛି । ଅତୀତରେ ଥରେ ୨୦୦୪ ମସିହାରେ ଏବଂ ନିକଟ ଅତୀତରେ ୨୦୧୮ରେ ଏହି ପରିପ୍ରେକ୍ଷୀରେ ଗୋପାଳପୁର ଠାରେ ସମୁଦ୍ର ତଟରେ ଏବଂ ପୋଡମପେଟା, ରାମେୟାପାଟଣା ଠାରେ ।ଗାର୍ଡ ୱାଲ୍ ନିର୍ମାଣ ନେଇ କରିଥିବା ପ୍ରତିଶୃତି ସରକାର ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏବେ ପୁଣି ଥରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ଖବର ଶୁଣିବା ପରେ ସମୁଦ୍ର ତଟବର୍ତ୍ତୀ ଗ୍ରାମ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଅବଶ୍ୟ ଏଯାବତ୍ ସମ୍ଭାବ୍ୟ ବାତ୍ୟା ଗଞ୍ଜାମ ଜିଲ୍ଳାକୁ ପ୍ରଭାବିତ କରିବ କି ନାହିଁ ସେ ନେଇ ପାଣିପାଗ ବିଭାଗ ସ୍ପଷ୍ଟ ସୁଚନା ଦେଇନାହିଁ । ତଥାପି ଥରେ ଥରେ ବାତ୍ୟାର ଆକଳନ ଶେଷ ସମୟରେ ଭୁଲ ପ୍ରମାଣିତ ହୋଇଥାଏ । ସୁଚନା ଯୋଗ୍ୟ ଯେ ଜିଲ୍ଲାର ଛତ୍ରପୁର,ଖଲ୍ଳିକୋଟ,ଗଞ୍ଜାମ,ରଙ୍ଗେ
କେବଳ କେତେକ ପରିବାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ଅନ୍ୟ ପକ୍ଷରେ ସମୁଦ୍ର ଉପକୁଳକୁ କ୍ଷତି କରୁଥିôବା ବାତ୍ୟାକୁ ପ୍ରତିହତ କରିବା ପାଇଁ କିଆବଣ ଏବଂ ଝାଉଁ ଜଙ୍ଗଲ ସୃଷ୍ଟି କରିବା ଭଳି ଉଦ୍ୟମ ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଉନାହିଁ । ଫଳରେ ପ୍ରତ୍ୟେକ ବର୍ଷ ମେ ମାସରୁ ନଭେମ୍ବର ଯାଏଁ ଶତାଧିକ ପରିବାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏହାର ପ୍ରତିକାର ପାଇଁ ତତ୍ପରତା ପ୍ରକାଶ ନ ପାଇବା ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନୁରୁପ ଭାବେ ପର୍ଯ୍ୟଟନ ସହର ଗୋପାଳପୁର ସମୁଦ୍ର ତଟରେ ଗାର୍ଡ ୱାଲ ନିର୍ମାଣ କରିବା ପାଇଁ ଏକ ପ୍ରସ୍ତାବ ଗତତ ୨୦୦୪ରେ ହୋଇଥିଲା । ତତ୍କାଳୀନ ଦକ୍ଷିଣ।।ଞ୍ଚଳ ରାଜସ୍ୱ କମିଶନର ଜେ. ଏନ୍.ପୋଦ୍ଦାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ପଣ୍ଡିଚେରୀରେ ଯେଭଳି ଭାବେ ସିନ୍ଥେଟିକ୍ ଗାର୍ଡ ୱାଲ ନିର୍ମାଣ ହୋଇଛି ସେହିଭଳି ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା ।
ପ୍ରାୟ ୩ କିମି ବ୍ୟାପୀ ଏହି ଗାର୍ଡ ୱାଲର ନିର୍ମାଣ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ଏହି କାର୍ଯ୍ୟରେ ଖରଗପୁର ସ୍ଥିତ ଏନଆଇଟି, ଚେନ୍ନାଇର ସାମୁଦ୍ରିକ ବିଜ୍ଞାନୀ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ସାମିଲ ହୋଇଥିବା ନେଇ ସୁଚନା ମିଳିଛି । ଏ ନେଇ ଏକ ପ୍ରସ୍ତାବ ଗୋପାଳପୁର ଏନଏସି ତରଫରୁ ରାଜ୍ୟ ଗୃହ,ନଗର ଉନ୍ନୟନ ବିଭାଗକୁ ପ୍ରେରଣ କରାଯାଇଥିଲା । କିନ୍ତୁ ରାମେୟାପାଟଣା, ପୋଡମପେଟା ଭଳି ଏଠାକାର ଗାର୍ଡ ୱାଲ ନିର୍ମାଣ ପ୍ରସ୍ତାବ ମଧ୍ୟ ଥଣ୍ଡା ବସ୍ତାରେ ପଡ଼ି ରହିଛି । ଜିଲ୍ଳା ପ୍ରଶାସନ ସମେତ ଜିଲ୍ଳାର ନେତୃବୃନ୍ଦ ସଂପୂର୍ଣ୍ଣର୍ ଭାବେ ଏହି ପରିପ୍ରେକ୍ଷୀରେ ନିରବତା ଅବଲମ୍ବନ କରିଛନ୍ତି । ସଂପ୍ରତି ପୁଣି ଥରେ ନିର୍ବାଚନ ଆସିବ ଏଥର ମଧ୍ୟ ପ୍ରତିଶୃତି ମିଳିବ । କିନ୍ତୁ କେବେ ଏହା ପୂରଣ ହେବ ତାହା କହିବା କଷ୍ଟକର ବ୍ୟାପାର ହୋଇପଡ଼ିଛି ବୋଲି ସମୁଦ୍ର ତଟବର୍ତ୍ତୀ ବାସିନ୍ଦା କହିଛନ୍ତି ।