17.1 C
Bhubaneswar
Friday, January 10, 2025
Homeଓଡିଶାହାଇକୋର୍ଟରେ ଆନନ୍ଦ ଟପ୍ପୋ ହତ୍ୟା ଘଟଣା: ଅଦାଲତ ଅବମାନନା ମାମଲା ରୁଜୁ

ହାଇକୋର୍ଟରେ ଆନନ୍ଦ ଟପ୍ପୋ ହତ୍ୟା ଘଟଣା: ଅଦାଲତ ଅବମାନନା ମାମଲା ରୁଜୁ

କଟକ: ଭୁବନେଶ୍ୱରର ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ଘଟଣାରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ହାଇକୋର୍ଟ ୮ମାସ ପୂର୍ବେ ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତ ଡିଏସ୍‌ପି ପାହ୍ୟାର ଅଧିକାରୀ ହୋଇଥିବାରୁ ଡିଆଇଜି ପାହ୍ୟାରୁ ଉପରିସ୍ଥ ଅଧିକାରୀ ତଦନ୍ତ କରିବା ଲାଗି ଆଦେଶ ଦେଇଥିଲେ । ମାତ୍ର କ୍ରାଇମ୍‌ବ୍ରାଞ୍ଚ ଏହି ମାମଲା ତଦନ୍ତ ଆରମ୍ଭ କରିନଥିବା ଅଭିଯୋଗ ଆଣି ଆବେଦନକାରୀଙ୍କ ପକ୍ଷରୁ ଆଜି ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି ।

ଏହି ମାମଲାରେ ତଦନ୍ତର ଅଗ୍ରଗତି ନେଇ ଜବାବ ଦାଖଲ କରିବାକୁ ସରକାର ଦୁଇ ଦିନ ସମୟ ନେଇଛନ୍ତି । ବିଚାରପତି ଶିବଶଙ୍କର ମିଶ୍ର ମାମଲାର ବିଚାର କରି ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଆନନ୍ଦ ଟପ୍ପୋ ଭୁବନେଶ୍ୱରରେ ତାଙ୍କ ଦୁଇ ସହଯୋଗୀଙ୍କ ସହ ରହୁଥିଲେ । ୨୦୨୨ ମସିହା ଫେବୃଆରୀ ୨୮ରେ ଆନନ୍ଦଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ୍‌ରୁ ଉଦ୍ଧାର କରାଯାଇଥିଲା ବେଳେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଆନନ୍ଦଙ୍କୁ ମୃତ ଘୋଷଣା କରିଥିଲ । ଏ ସଂକ୍ରାନ୍ତରେ ତାଙ୍କ ଅନ୍ୟତମ ବନ୍ଧୁ ହକି ତାରକା ବିରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ ।

ଇନ୍‌ଫୋସିଟି ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲ । ମାତ୍ର ଆନନ୍ଦଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଥିଲେ । ଫଳରେ ଦୁଇବନ୍ଧୁ ମନ୍‌ଜିତ ଓ ବିରେନ୍ଦ୍ର ସନ୍ଦେହ ଘେରକୁ ଆସିଥିଲେ । ଏହି ଅଭିଯୋଗକୁ ପୁଲିସ ପ୍ରଥମେ ଗ୍ରହଣ କରି ନଥିଲା । ଅଦାଲତଙ୍କୁ ନିର୍ଦ୍ଦେର୍ଶ ପରେ ପୁଲିସ ଏକ ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଇନ୍‌ଫୋସିଟି ଥାନା ପୁଲିସ ଏହି ଘଟଣାର ତଦନ୍ତ କରିବା ସହ ଆନନ୍ଦଙ୍କୁ ହତ୍ୟା କରାଯାଇ ନାହିଁ ବରଂ ସେ ଆତ୍ମହତ୍ୟା କରିଥିବା ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା । ମାତ୍ର ଏହା ପ୍ରତିବାଦରେ ଆନନ୍ଦଙ୍କ ବାପା ଏହି ମାମଲ।। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ଅଦାଲତ ଗତ ଜୁଲାଇ ୫ତାରିଖରେ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେର୍ଶ ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ତଦନ୍ତରେ କୌଣସି ଅଗ୍ରଗତି ନହେବାରୁ ଆନନ୍ଦଙ୍କ ପିତା ବାବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking