ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖଣ୍ଡ ଦେଉଳି ଗ୍ରାମରୁ ନାଗପୁର କାମ କରିବାକୁ ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ଗତକାଲି ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଖମ୍ବାରିଗାଁ ପଞ୍ଚାୟତ ଖଣ୍ଡ ଦେଉଳି ଗ୍ରାମର ନାରଦା ନିରଞ୍ଜନ(୩୩) ବୋଲି ଜଣାପଡିଛି । ନିରଞ୍ଜନ ୧୦ ଦିନ ପୂର୍ବେ କାମ କରିବାକୁ ନାଗପୁର ଯାଇ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଗତକାଲି ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସନ୍ଧ୍ୟାରେ କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଗ୍ରାମରେ ପହଞ୍ôଚବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ନିରଞ୍ଜନଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।