16.1 C
Bhubaneswar
Tuesday, January 7, 2025
Homeଓଡିଶାଆଦର୍ଶ ଥାନାରେ ଆଦର୍ଶ ବିବାହ, ବିଧବା ମଥାରେ ସିନ୍ଦୁର ଦେଲେ ଯୁବକ

ଆଦର୍ଶ ଥାନାରେ ଆଦର୍ଶ ବିବାହ, ବିଧବା ମଥାରେ ସିନ୍ଦୁର ଦେଲେ ଯୁବକ

ଦେବଗଡ଼: ଦେବଗଡ଼ ଆଦର୍ଶ ଥାନାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ଏକ ଆଦର୍ଶ ବିବାହ କ୍ଷ ଜଣେ ବିଧବା ମୁଣ୍ଡରେ ସିନ୍ଦୁର ନାଇ ଜୀବନ ସାଥି ଭାବେ ହାତ ଧରିଲେ ଯୁବକ । ସୂଚନା ଅନୁଯାଇ ଦେବଗଡ଼ ଥାନା ଅନ୍ତର୍ଗତ ଜାଙ୍ଗଲି କୁଦର ଗ୍ରାମର ନିକୁଞ୍ଜ କାଲୋଙ୍କ ଝିଅ ନିରୁ କାଲୋ ଆମ୍ବକଟା ଗ୍ରାମର ସିଦ୍ଧେଶ୍ୱର ଜମିଦାରଙ୍କୁ ବାର ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ ଏବଂ ସେମାନଙ୍କ ୧୧ ବର୍ଷର ଗୋଟିଏ ପୁତ୍ର ସନ୍ତାନଏବଂ ଆଠ ବର୍ଷର କନ୍ୟା ସନ୍ତାନ ରହିଥିବା ବେଳେ ଚାରିବର୍ଷ ପୂର୍ବେ ନିରୁଙ୍କ ସ୍ୱାମୀ ସିଦ୍ଧେଶ୍ୱରଙ୍କ ସାର୍ପାଘାତରେ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ନିରୁ ଶ୍ୱଶୁର ଘରେ ରହି ଥିବା ବେଳେ ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତ ଅନ୍ତର୍ଗତ ପବିତ୍ରପୁର ଗ୍ରାମର ମିଲୁ ବେହେରାଙ୍କ ପୁଅ ସୁଜିତ କୁମାର ବେହେରାଙ୍କ ସାକ୍ଷତ ହୋଇଥିଲା ।

ଏହି ସାକ୍ଷାତ ପ୍ରେମରେ ପରିବର୍ତ୍ତିତ ହେବା ସହ ଉଭୟ ଜୀବନ ସାଥି ଭାବେ ଚାଲିବାକୁ ମନସ୍ତ କରିଥିଲେ । ଏଥିସହ ଉଭୟ ଶାରୀରିକ ସମ୍ପର୍କ ରଖି ଆସିଥିଲେ । ତେବେ ସୁଜିତଙ୍କ ପରିବାର ଏଥିରେ ରାଜି ନ ହେବାରୁ ସୁଜିତ ବିବାହ ପାଇଁ ରାଜି ନ ହେବାରୁ ନିରୁ ଗତ ୩୦ ତାରିଖ ଦିନ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ସୁଜିତକୁ ଥାନାକୁ ଡକାଇବାରୁ ସେ ନିରୁଙ୍କୁ ବିବାହ ପାଇଁ ରାଜି ହୋଇଥିଲେ । ଏବଂ ଉଭୟ ସାବାଳକ ଥିବାରୁ ଆଜି ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ ପାଇଁ ନାମ ପଞ୍ଜିକରଣ କରିବା ସହ ସ୍ଥାନୀୟ ଶିବ ମନ୍ଦିରରେ ପରସ୍ପରକୁ ମାଳା ପିନ୍ଧାଇବା ସହ ଯୁବକ ସୁଜିତ ବିଧବା ନିରୁ ମଥାରେ ସିନ୍ଦୁର ପିନ୍ଧାଇ ଥିଲେ । ସେହିପରି ସନ୍ଧ୍ୟାରେ ଥାନା ପରିସରରେ ପୁଲିସ ଅଧିକାରୀ ଓ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଫୁଲହାର ପିନ୍ଧାଇ ପରସ୍ପରକୁ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking