ଭୁବନେଶ୍ୱର: ନାବାଳିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମାଧବ ଚନ୍ଦ୍ର ଦଳେଇ । ତାଙ୍କ ହାଇସିଂ ବୋର୍ଡ କେଲୋନୀରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୀଡ଼ିତାଙ୍କ ବାପାଙ୍କ ଦେହାନ୍ତ ପରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ମାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଏହି ସମ୍ପର୍କ ହେତୁ ଗତ ୧୦ ବର୍ଷ ହେବ ପିଡ଼ିତା ଅଭିଯୁକ୍ତଙ୍କୁ “ବାବା”ବୋଲି ସମ୍ବୋଧନ କରିଆସୁଥିଲେ ।
ପିଡ଼ିତାସମୟ ସମୟରେ ନିଜ ମାଙ୍କ ସହିତ ଅଭିଯୁକ୍ତଙ୍କ ଘରକୁ ବୁଲିବା ପାଇଁ ମଧ୍ୟ ଯାଉଥିଲେ । ଗତ ତା ୧୮.୦୭.୨୦୨୩ ରିଖରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଆସିଥିଲେ । କୌଣସି ଏକ କାରଣକୁ ନେଇ ତାଙ୍କ ମାଙ୍କ ସହିତ ଝଗଡା କରି ପୀଡ଼ିତାଙ୍କ ଭାଇ ଓ ଜେଜେଙ୍କ ଅନୁପସ୍ଥିତିରେ ପିଡ଼ିତାଙ୍କୁ ବଳପୂର୍ବକ ଅପରହଣ କରି ମହାବୀର ବସ୍ତିରେ ଥିବା ଭଡା ଘରକୁ ନେଇଯାଇଥିଲେ । ଉକ୍ତ ଦିନ ରାତିରେ ସେ ଶୋଇଥିବା ସମୟରେ ଅଭିଯୁକ୍ତ ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ । ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।