26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଇସ୍ରାଏଲ ପାଇଁ ସୁରକ୍ଷା କବଚ ସାଜିଲା ଆମେରିକା; ପଠାଇଲା ଯୁଦ୍ଧପୋତ ଓ ଲଢ଼ୁଆ ବିମାନ

ଇସ୍ରାଏଲ ପାଇଁ ସୁରକ୍ଷା କବଚ ସାଜିଲା ଆମେରିକା; ପଠାଇଲା ଯୁଦ୍ଧପୋତ ଓ ଲଢ଼ୁଆ ବିମାନ

ୱାଶିଂଟନ: ଇସ୍ରାଏଲ ପାଇଁ ପୁଣିଥରେ ସୁରକ୍ଷା ଢ଼ାଲ ସାଜିଛି ଆମେରିକା । ଇସ୍ରାଏଲ୍‌ର ସୁରକ୍ଷା ପାଇଁ ଆମେରିକା ବର୍ତ୍ତମାନ ପଶ୍ଚିମ ଏସିଆ ଅର୍ଥାତ୍ ମଧ୍ୟପ୍ରାଚ୍ୟରେ ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନାର ଲଢ଼ୁଆ ଯୁଦ୍ଧପୋତ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ଏହିକ୍ରମେ ଆମେରିକା ନିଜ ସେନାକୁ ନିଷ୍ପତ୍ତି ଦେଇଥିବା ସୂଚନା ମିଳିଛି । ୟୁଏସ୍ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଏହି ପ୍ରସ୍ତାବ (ଇସ୍ରାଏଲ୍‌କୁ ସୁରକ୍ଷା ଯୋଗାଇବା)କୁ ସ୍ୱୀକୃତି ପ୍ରଦାନ କରିବା ସହ କହିଛନ୍ତି ଯେ, ଆମେରିକା ସଦାସର୍ବଦା ନିଜ ବନ୍ଧୁ ଦେଶଙ୍କ ସହ ଛିଡା ରହିଆସିଛି ଏବଂ ଏହି ପ୍ର୍ରକ୍ରିୟା ବଳବତ୍ତର ରହିବ । ଏବେ ଯେତେବେଳେ ଇସ୍ରାଏଲ ପ୍ରତି ବିପଦ ଆଶଙ୍କା ବଢ଼ିଛି ସେତେବେଳେ ଆମେରିକା ନିଜ ସର୍ବାଧୁନିକ ସାମରିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ରହିଛି । ସେହିପରି ପେଣ୍ଟାଗନ କହିଛି ଯେ ଆମେରିକାର ପ୍ରତିରକ୍ଷା ମୁଖ୍ୟ ଲୟଡ୍ ଅଷ୍ଟିନ୍ ପଶ୍ଚିମ ଏସିଆକୁ ଅଧିକ ଯୁଦ୍ଧ ବିମାନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ୟୁରୋପୀୟ କମାଣ୍ଡ୍ ଏବଂ ଆମେରିକାର ସେଣ୍ଟ୍ରାଲ କମାଣ୍ଡ୍‌କୁ ଇସ୍ରାଏଲ ସୀମାରେଖା ଅଞ୍ଚଳରେ ଅତିରିକ୍ତ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ସକ୍ଷମ କ୍ରୁଜର ଏବଂ ବିଧ୍ୱଂଶକ ଆଦି ସାମରିକ ଉପକରଣ ପଠାଇବାକୁ ନିର୍ଦ୍ଦେଶ ମିଳିଛି । ଆବଶ୍ୟକସ୍ଥଳେ ଅଧିକ ଯୁଦ୍ଧପୋତ, ଲଢ଼ୁଆ ବିମାନ ସାଙ୍ଗକୁ ଅନ୍ୟ ସାମରିକ ଉପକରଣ ମଧ୍ୟ ଯୋଗାଇ ଦିଆଯିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ସୂଚନାଯୋଗ୍ୟ, ଇସ୍ରାଏଲ୍ ସେନା ପକ୍ଷରୁ ହମାସ୍ ସଂଗଠନର ଶୀର୍ଷ ନେତୃତ୍ୱ ଇସମାଇଲ୍ ହାନିଆଙ୍କୁ, ହମାସର ସାମରିକ ମୁଖ୍ୟ ମହମ୍ମଦ ଦୈଫ୍‌ଙ୍କୁ ଏବଂ ହିଜବୁଲ୍ଳା ଉଗ୍ରବାଦୀ ସଂଗଠନର କମାଣ୍ଡର ଫୁୂଆଦ୍ ଶୁକରଙ୍କୁ ହତ୍ୟା କରାଯିବା ଘଟଣାରେ ନିଜକୁ ଦାୟୀ କରାଯାଇଥିଲା । ଏହାପରେ ଇସ୍ରାଏଲ୍ ଏବେ ଇରାନ ଏବଂ ଇରାନ ସମର୍ôଥତ ମିଲିସିଆ ବା ଉଗ୍ରବାଦୀ ସଂଗଠନ (ହମାସ, ହିଜବୁଲ୍ଳାହ)ଙ୍କ ଆକ୍ରୋଶକୁ ଚାଲିଆସିଛି । ଏସବୁ ମଧ୍ୟରେ ଇରାନ୍‌ର ଶୀର୍ଷ ନେତା ଅୟାତୁଲ୍ଲା ଅଲି ଖାମନେନି ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏସବୁ ମଧ୍ୟରେ ଇସ୍ରାଏଲ ପାଇଁ ୩ ଆଡୁ ବିପଦ ଆଶଙ୍କା ବଢ଼ିବଢ଼ି ଚାଲିଥିବା ବେଳେ ଆମେରିକା, ଇସ୍ରାଏଲକୁ ସୁରକ୍ଷା ଯୋଗାଇଦେବାକୁ ଆଗେଇ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking