30.1 C
Bhubaneswar
Monday, May 20, 2024
Homeଓଡିଶାରାଜଧାନୀରେ ଆମ୍ବୁଲାନ୍ସ ଭଡ଼ା ଆକାଶଛୁଆଁ, ୧୦ କି.ମି ପାଇଁ ୧୦ ହଜାର

ରାଜଧାନୀରେ ଆମ୍ବୁଲାନ୍ସ ଭଡ଼ା ଆକାଶଛୁଆଁ, ୧୦ କି.ମି ପାଇଁ ୧୦ ହଜାର

ଭୁବନେଶ୍ୱର : କରୋନା ସଂକ୍ରମଣ ଏବେ ରାଜ୍ୟରେ ବ୍ୟାପିବାରେ ଲାଗିଛି । ଏପରି ସ୍ଥଳେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ଯାହାର ଫାଇଦା ଉଠାଉଛନ୍ତି ଘରୋଇ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା । ୧୦ କି.ମି. ପାଇଁ ୧୦ ହଜାର ଟଙ୍କା ଦାବି କରୁଥିବାବେଳେ କିଲୋମିଟର କମିଲେ ମଧ୍ୟ ଦର ଆହୁରି ବଢୁଥିବା ଦେଖିବାକୁ ମିଳୁଛି । ରାଜଧାନୀରେ ଅଧିକାଂଶ ଆମ୍ବୁଲାନ୍ସ ସେବା ପ୍ରଦାନ କାରୀ ସଂସ୍ଥା ମନଇଚ୍ଛା ଦର ଲଗାଉଥିବା ସୂଚନା ମିଳିଛି । କୋଭିଡ୍ ରୋଗୀ ହୋଇଥିଲେ ଏହି ଦର ଆହୁରି ଅଧିକ ହୋଇଯାଉଛି ।

ଏପରି ସ୍ଥିତିରେ ସରକାର ଆମ୍ବୁଲାନ୍ସ ପାଇଁ କୌଣସି ସ୍ୱତନ୍ତ୍ର ଦର ଧାର୍ଯ୍ୟ କରି ନ ଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ମନଇଚ୍ଛା ଦର ଲଗାଉଛନ୍ତି । ପିପିଇ କିଟ୍ ଦେବା ଆଳରେ ଲୋକମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟୁଛନ୍ତି । ଆବଶ୍ୟକତା ସ୍ଥଳେ ଲୋକ ବାଧ୍ୟ ହୋଇ ଚଢ଼ା ଦରରେ ଆମ୍ବୁଲାନ୍ସ ନେଇ ଯାଉଛନ୍ତି । ମଙ୍ଗଳବାର ଏକ ଘରୋଇ ଆମ୍ବୁଲାନ୍ସ ସଂସ୍ଥାକୁ ଫୋନ୍ କରି ଜିଜିପି କଲୋନୀରୁ ସମ୍ ହସ୍ପିଟାଲ ଯିବା ପାଇଁ କହିବାକୁ ସେ ୧୨ ହଜାର ଟଙ୍କା ଦାବି କରିଥିଲେ ।

ସେହିପରି ବାଣୀବିହାରୁ କିଟ୍ ଛକ ଯିବା ପାଇଁ ୮ ହଜାର ଟଙ୍କା ଦର କରିଥିଲେ । ଏତେ ଟଙ୍କା  କାହିଁକି ନେଉଛନ୍ତି ବୋଲି ପଚାରିବାରୁ ସେମାନେ ପିପିଇ କିଟ୍ ଦିଆଯାଉଥିବା କହି କଥାକୁ ଏଡ଼ାଇ ଦେଉଛନ୍ତି । ବାସ୍ତବରେ ଗୋଟିଏ ପିପିଇ କିଟ୍ ଦାମ୍ ୫୦୦ରୁ ୬୦୦ ଟଙ୍କା ମଧ୍ୟରେ ବଜାରରେ ମିଳୁଛି । ହେଲେ ସେମାନେ ପିପିଇ କିଟ୍ ବାବଦକୁ ହଜାରରୁ ଅଧିକ ଟଙ୍କା ପକାଉଛନ୍ତି । ଏପରି ସ୍ଥଳେ ନାହିଁ ସରକାର ନାହିଁ ପୁଲିସ ବିଭାଗ ପକ୍ଷରୁ ଆମ୍ବୁଲାନ୍ସର ଦର ନେଇ କୌଣସି ନିୟମ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking