30.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନଶାହରୁଖଙ୍କ ଅପେକ୍ଷା ଅଲ୍ଲୁଙ୍କ ଚାହିଦା ଅଧିକ, ବହୁ ପ୍ରତୀକ୍ଷିତ ଫିଲ୍ମ ଦୌଡ଼ରେ ଆଗରେ ରହିଛି ‘ପୁଷ୍ପା:ଦ...

ଶାହରୁଖଙ୍କ ଅପେକ୍ଷା ଅଲ୍ଲୁଙ୍କ ଚାହିଦା ଅଧିକ, ବହୁ ପ୍ରତୀକ୍ଷିତ ଫିଲ୍ମ ଦୌଡ଼ରେ ଆଗରେ ରହିଛି ‘ପୁଷ୍ପା:ଦ ରୁଲ୍’

ମୁମ୍ବାଇ: ଶାହରୁଖଙ୍କ ଅପେକ୍ଷା ଅଲ୍ଲୁଙ୍କ ଚାହିଦା ଅଧିକ। ଆଗାମୀ କିଛି ମାସ ମଧ୍ୟରେ ବଲିଉଡ ଓ ଟଲିଉଡର ଅନେକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ସେ ମଧ୍ୟରେ ରହିଛି ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଯବାନ’ ଓ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା:ଦ ରୁଲ୍’। ସାରା ବିଶ୍ବରେ କିଙ୍ଗ ଖାନଙ୍କ ପ୍ରଶଂସକ ରହିଥିଲେ ବି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଦୌଡ଼ରେ ୧ନଂରେ ରହିଛି ଅଲ୍ଲୁଙ୍କ ‘ପୁଷ୍ପା:ଦ ରୁଲ୍’।
ରବିବାର ଦିନ, ଓରମାକ୍ସ ମିଡିଆ ଜୁନ୍ ୧୫, ୨୦୨୩ ସୁଦ୍ଧା ‘ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର’ର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ ପୁଷ୍ପା ୨, ଶାହରୁଖ ଖାନଙ୍କ ଯବାନ ଏବଂ ସଲମାନ ଖାନଙ୍କ ଟାଇଗର ୩କୁ ପଛରେ ପକାଇଛି। ଓରମାକ୍ସ ମିଡିଆ ଦ୍ବାରା ଦିଆଯାଇଥିବା ତାଲିକା ଅନୁଯାୟୀ, ୧ନଂରେ ‘ପୁଷ୍ପା:ଦ ରୁଲ୍’, ଦ୍ବିତୀୟରେ ‘ହେରା ଫେରୀ-୩’, ତୃତୀୟରେ ‘ଯବାନ’, ଚତୁର୍ଥରେ ‘ଟାଇଗର-୩’ ଓ ପଞ୍ଚମରେ ‘ଭୁଲ ଭୁଲୈୟା-୩’ ରହିଛି।
ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର ଅଭୂତପୂର୍ବ ସଫଳତା ପରେ ଏବେ ‘ପୁଷ୍ପା: ଦ ରୁଲ୍’କୁ ନେଇ ନିର୍ମାତା ଅଧିକ ଆଶାବାଦୀ ଅଛନ୍ତି। ପ୍ରଥମ ଭଗର କାହାଣୀ, ଗୀତ ଓ ଡାଏଲଗ ଲୋକପ୍ରିୟ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ବ୍ଲକବଷ୍ଟର କରିବାକୁ ଯୋଜନା କରୁଛନ୍ତି ନିର୍ମାତା। କିଛି ଦିନ ତଳେ ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ପୁଷ୍ପା-୨ର ଟିଜର ରିଲିଜ୍ ହୋଇଥିଲା। ଟିସିରିଜର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେଉ ହେଉ ଏହା ଭାଇରାଲ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking