26.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶମୁକେଶ ଅମ୍ବାନୀ ଓ ପରିବାରର ସୁରକ୍ଷା ଜାରି ରଖିବାକୁ ଅନୁମତି

ମୁକେଶ ଅମ୍ବାନୀ ଓ ପରିବାରର ସୁରକ୍ଷା ଜାରି ରଖିବାକୁ ଅନୁମତି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ତଥା ଦେଶର ଅନ୍ୟତମ ଧନୀବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ଜାରି ରଖିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ଚିଫ୍ ଜଷ୍ଟିସ୍ ଏନ୍‌ଭି ରମନ୍ନା, ଜଷ୍ଟିସ୍ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ୍ ହେମା କୋହଲିଙ୍କ ବେଞ୍ଚ୍ ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ୍ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଆଇଏଲ୍‌କୁ ସ୍ୱୀକାର କରିଛନ୍ତି ।

ଏହା ପୂର୍ବରୁ ମୁକେଶ ଅମ୍ବାନୀଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ପ୍ରଦାନ ମାମଲାରେ ତ୍ରିପୁରା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜାରି କରିଥିବା ନିର୍ଦ୍ଦେଶ ଉପରେ ଜୁନ୍ ୨୯ ତାରିଖରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ । ଅମ୍ବାନୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ବିରୋଧରେ ବିକାଶ ସାହା ନାମକ ଜଣେ ବ୍ୟକ୍ତି ତ୍ରିପୁରା ହାଇକୋର୍ଟରେ ଜନହିତ ପିଟିସନ୍ ଦାୟର କରିଥିଲେ । ଏହା ଉପରେ ଜବାବ ଦାଖଲ ପାଇଁ ତ୍ରିପୁରା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ନୋଟିସ୍ କରିଥିଲେ । ଏହା ସହିତ କେଉଁ ବିପଦ ଆଧାରରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଛି ତାର ଡିଟେଲ୍ ମାଗିଥିଲେ । ଏଥିରେ ଅସନ୍ତୁଷ୍ଟ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking