30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଯୋଧପୁର ହାଇକୋର୍ଟ ଜଜ୍ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ଯୋଧପୁର ହାଇକୋର୍ଟ ଜଜ୍ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ରାଜସ୍ଥାନ : ରାଜସ୍ଥାନ ଭରତପୁରରେ ଏକ ଅଭିଯୋଗ ଆଧାରରେ ଜଜ ଜିତେନ୍ଦ୍ର ଗୋଲିୟା ଓ ଆଉ ଦୁଇ ଜଣଙ୍କ ବିରୋଧରେ ପୋକସୋ ଆକ୍ଟ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଏମାନଙ୍କ ବିରୋଧରେ ୧୪ ବର୍ଷ ବାଳକକୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ଯାଞ୍ଚ ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କୁ ଦେଇଛି । ବାଳକଙ୍କ ମା’ ଥାନାରେ ଜଜ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ମାମଲା ସାମ୍ନାକୁ ଆସିବା ପରେ ରବିବାର ରାତିରେ ଯୋଧପୁର ହାଇକୋର୍ଟ ଜଜ ଜିତେନ୍ଦ୍ର ସିଂହଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। ଜିତେନ୍ଦ୍ର ସିଂହ ଦୁର୍ନୀତି ନିବାରଣ ଆଇନର ସ୍ୱତନ୍ତ୍ର କୋର୍ଟରେ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତ ଥିଲେ। ପୀଡିତଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏବଂ ଅନ୍ୟ ଦୁଇଜଣ ସମ୍ପୃକ୍ତ ମାମଲାର ଗତ ଏକ ମାସ ଧରି ତାଙ୍କ ପୁଅକୁ ନିଶା ଦେଉଥିଲେ ଓ ତାକୁ ଯୌନ ନିର୍ଯାତନା ଦେଉଥିଲେ ।

ଅଭିଯୋଗ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଜଜ ଓ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଧମକ ଦେଉଥିଲେ। ଆଉ ଦୁଇ ଅଭିଯୁକ୍ତ ହେଲେ ଜଜଙ୍କ ଷ୍ଟେନୋ ଅଂଶୁଲ ସୋନି ଓ ଜଜଙ୍କ ଆଉ ଜଣେ କର୍ମଚାରୀ ରାହୁଲ କଟାରା। ପୋଲିସ କହିଛି ଯେ, ପୀଡିତ ପରିବାର ଆରୋପ ଲାଗିଛି ଯେ ଏସିବିର ସର୍କଲ ଅଧିକାରୀ ପରମେଶ୍ୱର ଲାଲ ଯାଦବ ସୋନି ଓ କଟାରା ସହ ମିଶି ବାଳକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଜଜ୍ ବାଳକ ସହ ଡିଷ୍ଟ୍ରିକ୍ଟ କ୍ଲବ କମ୍ପାନୀ କୋର୍ଟରେ ବନ୍ଧୁତା କରିଥିଲେ ଯେଉଁଠାକୁ ସେ ଟେନିସ ଖେଳିବାକୁ ଯାଉଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking