29.1 C
Bhubaneswar
Wednesday, May 1, 2024
Homeଓଡିଶାମହିଳାଙ୍କ ଶରୀରରେ ପ୍ରୋଟିନ୍ ଅଭାବରୁ ଦେଖାଦିଏ ଏହି ସବୁ ଲକ୍ଷଣ

ମହିଳାଙ୍କ ଶରୀରରେ ପ୍ରୋଟିନ୍ ଅଭାବରୁ ଦେଖାଦିଏ ଏହି ସବୁ ଲକ୍ଷଣ

ଭୁବନେଶ୍ୱର : ମହିଳାମାନେ ସାଧାରଣତଃ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ଅଫିସ୍, ଘର କାମ, ପିଲାମାନଙ୍କ ଖାଇବା-ପଢିବା ଆଦି କଥା ବୁଝୁ ବୁଝୁ ସେମାନେ ନିଜର ଯତ୍ନ ନେବାକୁ ସମୟ ପାଆନ୍ତିନି। ଏହି ସବୁ ଅବହେଳା ଧିରେ ଧିରେ ଶାରୀରିକ ସମସ୍ୟା ସୃଷ୍ଟିକରେ। ପ୍ରଥମେ ପ୍ରୋଟିନ୍ ଓ ଭିଟାମିନର ଅଭାବ ହୁଏ, ଆଉ ପରେ ରୋଗ ସମସ୍ୟା ଦେଖାଦିଏ। ତେବେ ପ୍ରୋଟିନ ଅଭାବ କାରଣରୁ ମହିଳାଙ୍କ କ୍ଷେତ୍ରରେ କି କି ଲକ୍ଷଣ ଦେଖାଦିଏ, ଜାଣନ୍ତୁ ଏହି ଆଲେଖ୍ୟରୁ…

କ୍ଳାନ୍ତ
ଶରୀରରେ ପ୍ରୋଟିନ ଅଭାବ ହେଲେ, ପ୍ରଥମେ କ୍ଲାନ୍ତ ବା ଦୁର୍ବଳ ଲାଗେ। ମାଂସପେଶୀ ଏବଂ ଟିସୁ ପାଇଁ ପ୍ରୋଟିନ୍ ନିହାତି ଗୁରୁତ୍ୱପୂର୍ଣ୍ଣ। ପ୍ରୋଟିନର ଅଭାବ କାରଣରୁ ମାଂସପେଶୀ ଦୁର୍ବଳ ହୋଇଯାଏ, ଫଳରେ କ୍ଲାନ୍ତ ଲାଗିଥାଏ। ବେଳେବେଳେ ଏଥିପାଇଁ ମୁଣ୍ଡବିନ୍ଧା ସହ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ମଧ୍ୟ ଅନୁଭବ ହୁଏ।

ଓଜନ ହ୍ରାସ
ଓଜନ ହ୍ରାସ ଶରୀରରେ ସମ୍ଭାବ୍ୟ ପ୍ରୋଟିନ୍ ଅଭାବର ସଙ୍କେତ ହୋଇପାରେ। ମାଂସପେଶୀ ଏବଂ ଟିସୁ ଗଠନ ପାଇଁ ଆମ ଶରୀରରେ ପ୍ରୋଟିନ୍ ଆବଶ୍ୟକ। ତେଣୁ, ପ୍ରୋଟିନର ଅଭାବ ଫଳରେ ଶରୀରରେ ମାଂସପେଶୀ ନଷ୍ଟ ହୋଇଯାଏ, ଯଦ୍ୱାରା ଶୀଘ୍ର ଓଜନ ହ୍ରାସପାଏ।

ଭୋକ ନଷ୍ଟ
ଯେତେବେଳେ ଆମ ଶରୀରରେ ପ୍ରୋଟିନର ପରିମାଣ କମିଯାଏ, ଆମର ହଜମ ପ୍ରକ୍ରିୟା ଠିକ୍ ଭାବରେ କାମ କରେ ନାହିଁ। ହଜମ ନହେଲେ ଖାଇବାକୁ ଇଚ୍ଛା ହୋଇନଥାଏ। ତେଣୁ ଭୋକ ନଷ୍ଟ ଅଧିକାଂଶ ସମୟରେ ପ୍ରୋଟିନ୍ ଅଭାବର ସଙ୍କେତ ହୋଇପାରେ।

କେଶ ଏବଂ ନଖ ଭାଙ୍ଗିବା
ବାସ୍ତବରେ ପ୍ରୋଟିନ୍ ଆମ କେଶ, ଚର୍ମ ଏବଂ ନଖକୁ ମଜବୁତ କରେ। ଏହାର ଅଭାବ ହେଲେ ନଖ ଦୁର୍ବଳ ହୋଇଯାଏ ଏବଂ ଭାଙ୍ଗିବା ଆରମ୍ଭ କରେ। ଏଥିସହ ଅତ୍ୟଧିକ କେଶ ଝଡିବା ସହ ପତଳା ହୋଇଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking