ନୂଆଦିଲ୍ଲୀ:ରୂପା ଅଳଙ୍କାର ପିନ୍ଧିଲେ ସୌନ୍ଦର୍ଯ୍ୟ ବଢିଥାଏ । ରୂପାର ଉଜ୍ଜଳତା ପରି ଆପଣଙ୍କ ଚେହେରା ମଧ୍ୟ ଚମକି ଥାଏ । ରୂପାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ମଧ୍ୟ ବରଦାନ ସଦୃଶ ବୋଲି କୁହାଯାଇପାରିବ । ରୂପା ଆମ ଶରୀରରେ ଅନେକ ଗମ୍ଭୀର ରୋଗର ଆଶଙ୍କା ହ୍ରାସ କରେ । ଖାସ୍ କରି ମଣିଷକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏକଥା ଆମେ କହୁନୁ ।
ଆୟୁର୍ବେଦଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଏକଥା ଉଲ୍ଲେଖ କରାଯାଇଛି। ପୂର୍ବ ଯୁଗରେ ଲୋକମାନେ ରୂପା ବାସନରେ ଖାଦ୍ୟ ଖାଉଥିଲେ। ସେଥିପାଇଁ ସେମାନେ ଦିର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହୁଥିଲେ। ପୂର୍ବ ଯୁଗରେ ରାଜ ପରିବାରରେ ମଧ୍ୟ ସୁନା ଓ ରୂପା ବାସନରେ ଖାଦ୍ୟ ଖାଉଥିଲା। ଆଜି ବି ଅନେକ ଘରେ ରୂପା ବାସନରେ ଖାଦ୍ୟ ପରସା ଯାଇଥାଏ । ବିଶ୍ବାସ କରାଯାଏ ଯେ, ରୂପା ବାସନରେ ଖାଦ୍ୟ ଖାଇବା ଦ୍ବାରା ହଜମ ଶକ୍ତି ଭଲ ରହିଥାଏ।
ଆୟୁର୍ବେଦ ସହିତ ଜଡିତ କିଛି ତଥ୍ୟ ଅନୁଯାୟୀ, ରୂପାରେ ଆଣ୍ଟି ବ୍ୟାକ୍ଟେରିଆ ଏ-ବଂ ଆଣ୍ଟି ମାଇକ୍ରୋବିଲ୍ଗୁ ଣ ରହିଛି। ରୂପା ବାସନରେ ଖାଇବା ଦ୍ବାରା ଖାଦ୍ୟରେ ଥିବା ଜୀବାଣୁଙ୍କୁ ମାରିଦିଏ । ରୂପାର ବାସନରେ ଆଣ୍ଟିବ୍ୟାକଟେରିଆ ଗୁଣ ଥିବାରୁ ଏହା ଜୀବାଣୁକୁ ନଷ୍ଟ କରିବାରେ ସହାୟତା କରେ। ଶରୀରକୁ ଥଣ୍ତା ରଖିବା ସହିତ ମଣିଷକୁ ଦିର୍ଘାୟୁ କରେ ବୋଲି କିଛି ରିପୋର୍ଟରୁ ସ୍ପଷ୍ଟ ହୋଇଛି ।