29.1 C
Bhubaneswar
Saturday, July 27, 2024
Homeପୁରୁଷ ହକି ବିଶ୍ୱକପ୍ଅଲିସ୍ ଲ୍ୟାଣ୍ତରେ ‘ୟୁଥ୍ ଫର୍ ଓ୍ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ

ଅଲିସ୍ ଲ୍ୟାଣ୍ତରେ ‘ୟୁଥ୍ ଫର୍ ଓ୍ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି। ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ‘ଅଲିସ୍ ଲ୍ୟାଣ୍ଡ’ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାସ୍କଟ ଏବଂ ଲୋଗା ଉନ୍ମୋଚନ କରିଥିଲେ। ଏହି ଅବସରରେ ଅତିଥିମାନେ ୟୁନିସେଫ୍ ଏବଂ ଏହି ଅଭିଯାନ ସହିତ ଯୋଡ଼ି ହୋଇଥିବା ସମସ୍ତ ପାର୍ଟନରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଯୁବ ଗୋଷ୍ଠୀଙ୍କ ଭିତରେ ଜଳ ସଂରକ୍ଷଣ, ପରିମଳ ଏବଂ ପରିବେଶ ସୁରକ୍ଷା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନ କରାଯାଉଛି। ଏହି କାର୍ଯ୍ୟକ୍ରମର ମାସ୍କଟର ନାଁ ରହିଛି – ‘ଜଲି’, ଯାହାକି ‘ଜଳ’ ଶବ୍ଦରୁ ନିଆଯାଇଛି। ଏହି ଅବସରରେ ‘ୟୁଥ୍‌ ଫର୍‌ ୱାଟର ପ୍ଲସ’ ଅଭିଯାନର ଯାତ୍ରା ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ‘‘ଆମ ଯୁବପିଢ଼ିଙ୍କ ପାଖରେ ଅସୀମ ଶକ୍ତି, ସାମର୍ଥ୍ୟ ଓ ଉତ୍ସାହ ରହିଛି। ତେଣୁ ଆଗାମୀକାଲିର ପୃଥିବୀର ପରିକଳ୍ପନା ବେଳେ ସେମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଜଳ ସଂରକ୍ଷଣ ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଭଳି ପ୍ରମୁଖ ବିଷୟରେ ଆମକୁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ। ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏ ଦିଗରେ ଯୋଡ଼ି ବ୍ୟାପକ ପଦକ୍ଷେପ ନେବା ବେଶ୍ ଖୁସିର ବିଷୟ’’, କହିଛନ୍ତି ଡକ୍ଟର ଦିଲ୍ଲୀପ ତିର୍କୀ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଅଭିଯାନରେ ପ୍ରମୁଖ ପାର୍ଟନର ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀନ ଜେନା ଏକ ଭିଡିଓ ମାଧ୍ୟମରେ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ସଫଳତା କାମନା କରିଛନ୍ତି। ବୁଧବାର ଦିନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମାସ୍କଟ ‘ଜଲି’। ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଗୋଟିଏ ହାତରେ ହକି ଷ୍ଟିକ୍ ଧରିଥିବା ‘ଜଲି’ ହକି ବିଶ୍ୱକପର ମାସ୍କଟ ‘ଅଲି’ ସହ ସେଲଫି ନେଇଥିଲା। ଉପସ୍ଥିତ ଅତିଥି, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ ‘ଜଲି’ ଏବଂ ‘ଅଲି’ ସହିତ ବେଶ୍ ଉତ୍ସାହରେ ଫଟୋ ଉଠାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking