28.1 C
Bhubaneswar
Saturday, July 27, 2024
Homeପୁରୁଷ ହକି ବିଶ୍ୱକପ୍କ୍ବାର୍ଟର ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇଲା ଜର୍ମାନି, ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ କରିବ ମୁକାବିଲା

କ୍ବାର୍ଟର ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇଲା ଜର୍ମାନି, ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ କରିବ ମୁକାବିଲା

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଜୋରଦାର ମୁକାବିଲା ହୋଇଛି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ସୁଟ୍‌ଆଉଟ୍‌ରେ ଫଳାଫଳ ବାହାରିଛି। ଏଥିରେ ଜର୍ମାନିର ବିଜୟ ହାସଲ ହୋଇଛି। ଜର୍ମାନି ୨(୪)-୨(୩)ରେ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଜିତି ସେମି ଫାଇନାଲକୁ ଉନ୍ନୀତ ହୋଇଛି।

ବିଶ୍ବକପ୍‌ରେ ୨୦୦୨ ଓ ୨୦୦୬ର ଚାମ୍ପିଅନ ଜର୍ମାନି ଆଜି ଅନ୍ତିମ କ୍ବାର୍ଟରରେ ଫର୍ମକୁ ଫେରିଥିଲା। ଦଳର ଖେଳାଳିମାନେ ୫୭ ଓ ୫୮ ମିନିଟରେ ଇଂଲଣ୍ଡକୁ ଗୋଲ୍‌ ଦେଇ ସମକକ୍ଷ ହୋଇଥିଲେ। ୩ୟ କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଜର୍ମାନି ବିଜୟୀ ହେଲା ପରେ ଦଳ ସେମି ଫାଇନାଲରେ ଆସନ୍ତା ୨୭ ତାରିଖ ଦିନ ଅପରାହ୍‌ଣ ସାଢ଼େ ୪ଟାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରି ଷ୍ଟାଡିୟମ୍‌କୁ ଓହ୍ଲାଇଥିଲା। ପ୍ରଥମ କ୍ବାର୍ଟରରେ ଗୋଟିଏ ଗୋଲ୍‌ ଦେଇଥିଲା। ଦଳ ପକ୍ଷରୁ ୧୧ ମିନିଟରେ ଜାଚେରି ୱାଲେସେ ଏହାକୁ ଫିଲ୍ଡ ‌ଗୋଲ୍‌ରେ ପରିଣତ କରିଥିଲେ। ଦ୍ବିତୀୟ ‌କ୍ବାର୍ଟରରେ କୌଣସି ଗୋଲ୍‌ ହୋଇ ନଥିଲା। କିନ୍ତୁ ୩ୟ କ୍ବାର୍ଟରରେ ଲିଆମ୍‌ ଆନସେଲ ୩୨ ମିନିଟରେ ଏକ ‌ଗୋଲ୍‌ ଦେଇ ଇଂଲଣ୍ଡକୁ ଜର୍ମାନି ବିପକ୍ଷରେ ୨-୦ରେ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟରରେ ମଧ୍ୟ ଉଭୟ ଟିମ୍‌ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା। ଏହାରି ମଧ୍ୟରେ ଜର୍ମାନି ୨ଟି ଗୋଲ୍‌ ଦେଇଥିଲା। ମେଟ୍‌ସ ଗ୍ରାମ୍‌ବୁସ୍‌ ୫୭ ମିନିଟରେ ଗୋଲ୍‌ ଦେଇଥିଲେ। ୫୮ ମିନିଟରେ ଟମ୍‌ ଗ୍ରାମ୍‌ବୁସ୍‌ ଅନ୍ୟ ଏକ ଗୋଲ ଦେଇ ନିୟମିତ ଖେଳକୁ ୨-୨ରେ ଶେଷ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking