34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦିୱାଲୀରେ ଏମିତି ଫଟୋ ପୋଷ୍ଟ କଲେ ଆଲିଆ

ଦିୱାଲୀରେ ଏମିତି ଫଟୋ ପୋଷ୍ଟ କଲେ ଆଲିଆ

ନୂଆଦିଲ୍ଲୀ : ବଲିଉଡରେ ପପୁଲାର କପଲମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ । ଉଭୟ ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରିବା ସହ ଖୁବ୍ ଶୀଘ୍ର ବିବାହ ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ତେବେ ଦୀପାବଳି ଅବସରରେ ଆଲିଆ ସୋସିଆଲ ମିଡିଆରେ ରଣବୀରଙ୍କ ସହ ଫଟୋ ସେୟାର କରିଛନ୍ତି । ଏଥିରେ ଖୋଲାଖୋଲି ଭାବରେ ନିଜ ପ୍ରେମକୁ ପ୍ରକାଶ କରିଛନ୍ତି ଆଲିଆ।

ପବିତ୍ର ଦୀପାବଳୀ ଅବସରରେ ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ଫଟୋ ପୋଷ୍ଟ କରିଥିଲେ। ଗୋଟିଏରେ ସେ ଏକ ଦୀପ ଏବଂ ଆଲୋକ ସହିତ ଠିଆ ହୋଇଛନ୍ତି । ସେ ଏହି ଫଟୋରେ ଏକ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ଯେଉଁଥିରେ ଗୋଲ୍ଡେନ୍‌ କଲରର ଏମ୍ବ୍ରୋଡୋରୀ ଅଛି । ଆଲିଆ ଏହି ଫଟୋ ସହ କ୍ୟାପସନ ଲେଖିଛନ୍ତି କି ‘ ଟିକେ ଆଲୋକ … ଶୁଭ ଦୀପାବଳି । ତେବେ ଦ୍ବିତୀୟ ଫଟୋରେ ସେ ରଣବୀର କପୁରଙ୍କ ସହ ଏକ ରୋମାଣ୍ଟିକ୍ ପୋଜ୍ ଦେଇଛନ୍ତି। ରଣବୀର ଏହି ଫଟୋରେ ଗାଢ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି । ତେବେ ଏହି ଫଟୋରେ ଆଲିଆ କ୍ୟାପସନ୍ ଲେଖିଛନ୍ତି ‘ ଟିକିଏ ପ୍ରେମ … ଶୁଭ ଦୀପାବଳି।’ ଏହି ଫଟୋ ଦେଖି ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଉଛନ୍ତି । କେହି କେହି ସେମାନଙ୍କୁ ପରଫେକ୍ଟ କପଲ୍‌ କହିବା ସହ କେହି କେହି ଲେଖିଥିଲେ ‘ ଲଭ୍‌ ଇନ୍‌ ଦ ଏୟାର’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking