ସୁନ୍ଦରଗଡ : ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍କ୍ରବ୍ ଟାଇଫସ୍ ମୃତ୍ୟୁର ତଦନ୍ତ ହେବ । ଏଥିପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ। ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ସେ ସମ୍ପର୍କରେ ତଦନ୍ତ କରିବ ଟିମ।
ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସ୍କ୍ରଵ ଟାଇଫସ ପାଇଁ ସବୁ ଜିଲ୍ଲାକୁ ସଜାଗ କରିଛି ସ୍ୱାସ୍ଥ୍ୟ ବିଭାଗ। ସ୍କ୍ରଵ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ଡାକ୍ତରଙ୍କୁ ଟ୍ରେନିଂ ଦେବାକୁ ନିର୍ଦେଶ ଦିଆଯାଇଛି । କେବଳ ଏଲିଶା ପଦ୍ଧତିରେ ଟେଷ୍ଟ ହେଲେ ହି ସଠିକ ତଥ୍ୟ ମିଳିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।