27.1 C
Bhubaneswar
Friday, October 18, 2024
Homeବଲିଉଡଜନ୍ମଦିନରେ ମହାକାଳଙ୍କୁ ଦର୍ଶନ କଲେ ଅକ୍ଷୟ

ଜନ୍ମଦିନରେ ମହାକାଳଙ୍କୁ ଦର୍ଶନ କଲେ ଅକ୍ଷୟ

ବ୍ୟୁରୋ : ଆଜି ହେଉଛି ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଜନ୍ମଦିନ । ଶନିବାର ଅର୍ଥାତ ଆଜି ସେ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନ୍ୟ ସେଲିବ୍ରିଟିମାନେ ବର୍ଷରେ ଗୋଟିଏ ବା ଦୁଇଟା ଫିଲ୍ମ ତିଆରି କରୁଥିବା ବେଳେ ଅକ୍ଷୟ ବର୍ଷକୁ 4 ରୁ 5ଟି ଫିଲ୍ମ ତିଆରି କରୁଥିବା ଅକ୍ଷୟ ନିଆରା ଢ଼ଙ୍ଗରେ ନିଜ ଜନ୍ମଦିନ ପାଳନ କରୁଛନ୍ତି । ଅକ୍ଷୟ କୁମାର ଫିଲ୍ମ ‘ସୌଗନ୍ଧ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଫିଲ୍ମ ‘ଖିଲାଡି’ରୁ ପ୍ରକୃତ  ପରିଚୟ ପାଇଥିଲେ। ଏହା ପରେ ଅକ୍ଷୟ ‘ଖିଲାଡିଓ କା ଖିଲାଡି’, ‘ଇଣ୍ଟରନ୍ୟାଶନାଲ ଖିଲାଡି’, ‘ଖିଲାଡି୪୨୦’, ‘ହେରା ଫେରି’, ’ଅଜନାବି’, ‘ରୁସ୍ତମ’, ‘ବେଲବଟମ୍‌’, ‘ବେବି’, ‘ଗୁଡ ନ୍ୟୁଜ୍‌’ ଭଳି ଅନେକ  ହିଟ୍‌ ଫିଲ୍ମରେ ଅଭନୟ ଯାଦୁ ଦେଖାଇଛନ୍ତି। ନିଜ ଜନ୍ମଦିନରେ ଅନ୍ୟ ସେଲିବ୍ରେଟିମାନେ ଧୁମଧାମରେ ପାଳନ କରୁଥିବା ବେଳେ ଅକ୍ଷୟ କୁମାର ଶନିବାର ଭୋର ସମୟରେ ମହାକାଳଙ୍କ ଭଷ୍ମ ଆରତିରେ ସାମିଲ ହେବାକୁ ଉଜ୍ଜୟିନି ପହଞ୍ଚିଛନ୍ତି। ଅକ୍ଷୟ ତାଙ୍କ ପରିବାର ସମେତ ଶନିବାର ସକାଳେ ଭଗବାନ ମହାକଳେଶ୍ୱରଙ୍କ ମନ୍ଦିରରେ ହେବାକୁ ଥିବା ଭସ୍ମ ଆରତୀରେ ଯୋଗ ଦେଇଥିଲେ। ସେଠାରେ ଅକ୍ଷୟଙ୍କ ସହିତ ଭସ୍ମ ଆରତୀରେ କ୍ରିକେଟର ଶିଖର ଧୱନ ସାମିଲ ହୋଇଥିଲେ । ଆରତୀରେ ଅଂଶଗ୍ରହଣ କରି ଭାରତୀୟ ଦଳର ବିଜୟ ତଥା ଦେଶର ପ୍ରଗତି ତଥା ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ ଶିଖର । ଏହାର ଫଟୋ ଏବେ ସୋସିଏଲନ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଅକ୍ଷୟ କୁମାର ଏକ ଗେରୁଆ ରଙ୍ଗର ଧୋତି ପିନ୍ଧିଥିବା ବେଳେ ଗେରୁଆ ରଙ୍ଗର ଗାମୁଛା ଦେହରେ ପକାଇଥିଲେ । ଏହାସହ କ୍ରିକେଟର ଶିଖର ଧୱନଙ୍କୁ ଧଳା ରଙ୍ଗର ପ୍ୟାଣ୍ଟ ଏବଂ କୁର୍ତ୍ତା ପିନ୍ଧିଥିବାର ଦେଖାଯାଇଛି । ଏହାକୁ ନେଇ ଅକ୍ଷୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦେଶର ପ୍ରଗତି ପାଇଁ ସେ ମହାକାଳଙ୍କୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତାଙ୍କୁ କ୍ରିକେଟ ବିଶ୍ୱକପ ବିଷୟରେ ଏକ ପ୍ରଶ୍ନ ପଚରାଗଲା, ଅକ୍ଷୟ କହିଛନ୍ତି ଯେ ପ୍ରଭୁ ମହାକାଳଙ୍କ ପାଇଁ ବିଶ୍ୱକପ ବହୁତ ଛୋଟ କଥା। ତେବେ ଏଥିପାଇଁ ସୋସିଆଲ ମିଡ଼ିଆ ୟୁଜର୍ସମାନେ ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ମଙ୍ଗଳ ପାଇଁ ମହାକାଳଙ୍କୁ ପ୍ରାଥନା ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking