25.8 C
Bhubaneswar
Saturday, July 27, 2024
Homeଓଡିଶାନୀତି ବାଣୀ

ନୀତି ବାଣୀ

ସବୁବେଳେ ଜୀବନରେ ନୂଆ ନୂଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ, କାରଣ ଏହା ହିଁ ଜୀବନର ନିୟମ….
ତେଣୁ
*ଆମକୁ ପ୍ରତି ମୁହୂର୍ତ୍ତରେ ନିଜ ଶରୀରକୁ ଓ ହୃଦୟକୁ ସତର୍କ ଓ ପ୍ରସ୍ତୁତ ରଖିବାକୁ ପଡିବ, ଯେ କୌଣସି ପରିସ୍ଥିତି ସହିତ ଲଢ଼ିବା ପାଇଁ ପ୍ରସ୍ତୁତି ରହି ବାକୁ ପଡିବ

ପତ୍ର ଝଡ଼ିବା ଆଗରୁ ଯେମିତି ରଙ୍ଗ ବଦଳି ଯାଏ….
ଠିକ୍ ସେମିତି
*ମଣିଷ ବଦଳିବା ପୂର୍ବରୁ ତା’ର କଥାବାର୍ତ୍ତା ର ଶୈଳୀ ବଦଳି ଯାଏ….

ଯୋଗିନୀ ପଶ୍ଚିମେ । ଦିବା ଘ୩।୩୭ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୨।୩୦ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶୁଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ରାତ୍ରି ଘ୮।୧୯ ଗତେ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ମେଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୧୧ ଗତେ ଘ୧୨।୫୫ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୧ ଗତେ ଘ୨।୪୯ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୨।୩୦ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ବିକଳାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦଶମାସ ଦିବା ଘ୨।୦ ଗତେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ମାଷ(ବିରି) ଦିବା ଘ୩।୩୭ ଗତେ ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ଓ ମାଂସ ଭକ୍ଷଣ ନିଷ । ଅଦ୍ଯ ପୂର୍ଣ୍ଣିମାର ଚନ୍ଦ୍ରପୂଜା ଉପବାସ । କେଦାର ବ୍ରତ ।

(ଅମୃତ) – ଦିବା ଘ୬।୫୩ ଗତେ ଘ୯।୧୭ ମଧ୍ୟେ ଘ୧୨।୨୯ ଗତେ ଘ୩।୪୧ ମଧ୍ୟେ ରାତ୍ରି ଘ୭।୨୫ ଗତେ ଘ୯।୧ ମଧ୍ୟେ ଘ୧୧।୨୫ ଗତେ ଘ୧।୧ ମଧ୍ୟେ ଘ୪।୯ ଗତେ ଘ୫।୧ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୨୯ ଗତେ ଘ୫।୧ ମଧ୍ୟେ ।
ରାଶି ଫଳ
ମେଷ: କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ କୌଶଳ ପ୍ରୟୋଗ କରିବେ। ବେପାରରେ ଯଥେଷ୍ଟ ଲାଭ ହେବ। ସାରାଦିନ ଖୁସିରେ ରହିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ବୃଷ: ନୂଆ ଯାନ କିଣିବାର ଯୋଗ ଅଛି। ଘରକୁ ଲୋକମାନଙ୍କର ଯିବାଆସିବା ଲାଗି ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ବ୍ୟବସାୟରେ ଲାଭ ବଢ଼ିବ। ଖେଳାଳିଙ୍କୁ ପରିଶ୍ରମର ଭଲ ଫଳ ମିଳିବ। ନବବିବାହିତ ବୁଲି ଯିବାର ଯୋଜନା କରିବେ। ଏକାଗ୍ର ଚିତ୍ତରେ କାମ କଲେ ସଫଳତା ପାଇବେ।‌

କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ଜମାପୁଞ୍ଜି ବଢ଼ିବ। ଚାକିରିଆଙ୍କୁ କର୍ତ୍ତୃପକ୍ଷଙ୍କ ପ୍ରୋତ୍ସାହନ ମିଳିବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।‌

ସିଂହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ବନ୍ଧୁ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଭୂସଂପତ୍ତି କିଣିବାର ଯୋଗ ରହିଛି।

କନ୍ୟା: ଭାବିଥିବା କାମ ମନ ମୁତାବକ ପୂରା ହେବ। ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।*

ତୁଳା: ବ୍ୟବସାୟରେ ଭାଗୀଦାରଙ୍କ ସହ ମିଶି କାମ କରିବେ। ଅଫିସରେ ଅନ୍ୟ ଦିନ ତୁଳନାରେ ଅଧିକ ଭଲ କାମ ହେବ। ପରିଜନଙ୍କ ସହ ମନୋରଂଜନରେ ସମୟ ଅତିବାହିତ କରିବେ।

ବିଛା: କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ ଲୋକଙ୍କ ସେବା କରିବା ପାଇଁ ମନରେ ସ୍ଥିର କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଯଥେଷ୍ଟ ପ୍ରଭାବିତ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଦିଗୁଣା ଲାଭ ହେବ। ଚାକିରିଆଙ୍କୁ ପଦୋନ୍ନତି ସହ ଅତିରିକ୍ତ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ମକର: ସମାଜରେ ପ୍ରସିଦ୍ଧି ବଢ଼ିବ। ଲୋକେ ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରେମୀଯୁଗଳଙ୍କ ପରସ୍ପର ପ୍ରତି ଭରସା ବଢ଼ିବ।

କୁମ୍ଭ: ପରିବାରରେ ସାମଞ୍ଜସ୍ୟ ବଜାୟ ରହିବ। କୌଣସି ନିଷ୍ପତ୍ତି ନେବା ସମୟରେ ପରିବାରର ମତ ନିଅନ୍ତୁ। ଚାକିରି ବୃତ୍ତିରେ ମନ ମୁତାବକ ଫଳ ପାଇବେ। ଚକ୍ଷୁରେ ସମସ୍ୟା ଦେଖା ଦେଇପାରେ।

ମୀନ: ପାରିବାରିକ ଖୁସି ବଢ଼ିବ। କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଶିକ୍ଷାର୍ଥୀ ପାଠପଢ଼ା ନେଇ ଗମ୍ଭୀରତାର ସହ ଚିନ୍ତା କରିବେ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking