ନିଜ ଉପରେ ବିପଦ ପଡିଲେ ହେ ଭଗବାନ୍ କାଇଁ ଏତେ କଷ୍ଟ ଦଉଚ ଅନ୍ୟ ଉପରେ ବିପଦ ପଡିଲେ କହିବ ହେ କର୍ମର ଫଳ ମଣିଷ ଚିନ୍ତା ଧାରା ଏମିତି ।
ବନ୍ଧୁ ସେ ନୁହଁ ଯେ ତୁମକୁ ପ୍ରତେକ କଥାରେ ତୁମକୁ ବିନା କାରଣରେ ବିରୋଧ ଓ ସମାଲୋଚନା କରିବ,ପ୍ରକୃତ ବନ୍ଧୁ ସେ ଯେ ତୁମ ନିରବତା ର ଶବ୍ଦକୁ ଅନୁଭବ କରି ପାରିବ…
କଦାପି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାରଣ ମାଲିକ୍ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି ।
ଜୀବନରେ ନେଉଥିବା ନିଷ୍ପତି ଆମ ନିଜସ୍ବ ହୋଇଥାଇପାରେ କିନ୍ତୁ କିଛି ନିଷ୍ପତି ସମୟ ବି ନେଇଥାଏ… !
ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ ଆଗକୁ ବଢିବାକୁ ହୁଏ ::ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ ll
ମିଥ୍ୟାରୋପ ଶୁଣିବା କଷ୍ଟଦାୟକ ତ ନିଶ୍ଚୟ କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧୌର୍ଯ୍ୟର ସହ ଅପେକ୍ଷା କରିବା ଉଚିତ୍,ସମୟ ହିଁ ଏହାର ଶ୍ରେଷ୍ଠ ଉତ୍ତର… !!
ସମସ୍ତ ଜୀବର ଜନ୍ମ ଏବଂ ମୃତ୍ୟୁ ର ସମୟ ପୂର୍ବରୁ ନିର୍ଦ୍ଧାରିତ, ତେଣୁ ଏହି ସ୍ବଳ୍ପ ଜୀବନ କାଳ ମଧ୍ୟରେ କେବଳ ଧର୍ମ ସମ୍ମତ, ସର୍ବ ହିତକାରକ କାର୍ଯ୍ୟ କରିଯିବା ବୁଦ୍ଧିମାନର କାମ।
ସାଂସାରୀ ଜୀବ ଚାହେଁ ଯେ ତାକୁ ଧନ, ଜନ, ରାଜପାଟ ସବୁକିଛି ପ୍ରାପ୍ତ ହେଉ କିନ୍ତୁ ବିନା ପରିଶ୍ରମରେ ଏବଂ ବିନା ପ୍ରଚେଷ୍ଟାରେ ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ।
ଅଦ୍ୟ ଅକ୍ଟୋବର ମାସ ୧୯ ତାରିଖ ୨୦୨୩ ମସିହା(ଗୁରୁବାର)*
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଆଶ୍ୱିନମାସ- ଶୁକ୍ଲପକ୍ଷ
ତିଥି- ପଞ୍ଚମୀ ରାତ୍ରି ଘ୧୨/୧୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ
ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ ୦୯/୨୮ ପର୍ଯ୍ୟନ୍ତ ତଦନ୍ତେ ମୂଳା
ଚନ୍ଦ୍ର-ବିଛା ରାତ୍ରି ଘ ୦୯/୨୮ ପର୍ଯ୍ୟନ୍ତ ତଦନ୍ତେ ଧନୁ
ଯୋଗ- ଆୟୁଷ୍ମନ୍
କରଣ – ଷୌଭାଗ୍ୟ
ସୌରମାସ- ତୁଳା ୦୨ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୧୯
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୩୦ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶିର ଘାତବାର ଓ ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୨୪ ଗତେ ଘ ୦୫/୫୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୨୪ ମଧ୍ୟେ ଓ ଘ୦୧/୪୭ ଗତେ ଘ୦୨/୨୩ମଧ୍ୟେ ଓ ରାତ୍ରି ଘ୦୬/୦୪ ଗତେ ଘ୦୯/୧୬ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ
═✧══•❁❀❁•═════
✧═════•❁❀❁•═════✧
* ଆଜିର ରାଶିଫଳ*
✧═════•❁❀❁•═════✧
*ମେଷ
ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।*
✧═════•❁❀❁•═════✧
*ବୃଷ
ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।*
✧═════•❁❀❁•═════✧
*ମିଥୁନ
ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।*
✧═════•❁❀❁•═════✧
*କର୍କଟ
ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।*
✧═════•❁❀❁•═════✧
*ସିଂହ
ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ*
✧═════•❁❀❁•═════✧
*କନ୍ୟା
ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।*
✧═════•❁❀❁•═════✧
*ତୁଳା
ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।*
✧═════•❁❀❁•═════✧
*ବିଛା
ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।*
✧═════•❁❀❁•═════✧
*ଧନୁ
ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।*
✧═════•❁❀❁•═════✧
ମକର
ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।*
✧═════•❁❀❁•═════✧
କୁମ୍ଭ
ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।*
✧═════•❁❀❁•═════✧
ମୀନ:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।