ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ ।
ଯିଏ ତୁମ ପାଖରେ ଅନ୍ୟ ଲୋକ ବିଷୟରେ ଖରାପ କଥା ଗପୁଅଛି,ସିଏ ଅନ୍ୟ କାହା ପାଖରେ ତୁମ ବିଷୟରେ ଖରାପ କଥା ଗପିପାରେ । ଏଭଳି ଲୋକଠୁ ଦୂରେଇ ରହିବା ଭଲ ।
ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେନାହିଁ ।
ସମୟ ସବୁ କିଛି ପରିବର୍ତ୍ତନ କରି ଦେଇଥାଏ,ଧୋର୍ଯ୍ଯର ସହ ପରିସ୍ଥିତି ସହିତ ଲଢନ୍ତୁ,ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ ।
ଯେବେ ମଣିଷ କାହାକୁ ଅସମ୍ମାନ ଓ ଅପମାନ କରୁଥାଏ,ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ ।ସେତେବେଳେ ସେ ଅନ୍ୟର ନୁହେଁ ନିଜର ସମ୍ମାନ ହରାଉଥାଏ ।
ଜୀବନର ପ୍ରତିକ୍ଷଣରେ ଯୁଦ୍ଧ ଅବଶ୍ୟମ୍ଭାବୀ। ଯଦିଓ ଯୁଦ୍ଧ ସମ୍ପୂର୍ଣ୍ଣ ଟାଳି ହେବ ନାହିଁ ଶାନ୍ତି ପାଇଁ ପ୍ରଚେଷ୍ଟା ନିତାନ୍ତ ଆବଶ୍ୟକ। ଯୁଦ୍ଧ ପାଇଁ ପ୍ରସ୍ତୁତି ତଥା ଧର୍ମ ପକ୍ଷର ସପକ୍ଷ ନେବା ବୁଦ୍ଧିମାନର କର୍ତ୍ତବ୍ୟ।
ଜଣେ ଶକୁନିର ମିତ୍ର, ଜଣେ ଶ୍ରୀକୃଷ୍ଣଙ୍କ ମିତ୍ର, ମିତ୍ରତାର ଫଳାଫଳ ସମସ୍ତଙ୍କୁ ଜଣା, ତେଣୁ ବୁଝି ବିଚାରି ମିତ୍ରତା କରନ୍ତୁ।
ଏକ ନାରୀ, ଅନ୍ୟ ନାରୀର ଅନ୍ତର୍ବେଦନା ସଠିକ ଭାବରେ ବୁଝି ପାରନ୍ତି। ତେଣୁ ସମସ୍ତ ନାରୀ ଜାତି ରାମ, କୃଷ୍ଣ, ଶିବାଜୀ ପରି ସନ୍ତାନ ମାନଙ୍କୁ ସତଶିକ୍ଷା ଦେଇ ନାରୀ ଜାତିର ସମ୍ମାନ ତଥା ରାଷ୍ଟ୍ର ଏବଂ ଧର୍ମର ରକ୍ଷା କରିବା ପାଇଁ ପ୍ରସ୍ତୁତ କରିବା ଅତ୍ୟାବଶ୍ୟକ।
ଅଦ୍ଯ କନ୍ୟା ଦି୧୩ନ,ପୂର୍ଣ୍ଣିମା ଦ୨୫।୫ ଦିଘ୩।୪୨ ଉତ୍ତରଭାଦ୍ର ଦ୪୬।୬ରାଘ୧୨।୬,ମୀନ ଚନ୍ଦ୍ର ଦ୬୦ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କନ୍ୟା ଦ୨/୦୦/୦୦ ଇଂଘ୫/୪୦/୨୩ ଗତେ ଉଦୟ।
ମୀନ ୧୧/୩୨/୨୦ ଇଂଘ୫/୩୩/୨୯ ଗତେ ଅସ୍ତ ।
ଯୋଗିନୀ ବାୟବ୍ୟେ । ଦିବା ଘ୩।୪୨ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୨।୬ ଗତେ ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର ।ଦିବା ଘ୮।୩୯ ଗତେ ଘ୧୧।୩୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୩୪ ଗତେ ଘ୧୦।୫ ମଧ୍ୟେ କାଳରାତ୍ରି । ପୂର୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପ୍ରତିପଦାର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ଦିବା ଘ୩।୪୨ ଗତେ କୁଷ୍ମାଣ୍ଡ (ପାଣି କଖାରୁ)ଭକ୍ଷଣ ନିଷେଧ।ଅଦ୍ୟ ଇନ୍ଦ୍ରୋତ୍ସବ ପୂର୍ଣିମା ।
(ଅମୃତ)-ଦିବା ଘ୬।୨୯ ମଧ୍ୟେ ଘ୭।୧୭ ଗତେ ଘ୯।୪୧ ମଧ୍ୟେ ଘ୧୨।୫ ଗତେ ଘ୩।୧୭ ମଧ୍ୟେ ଘ୪।୫ ଗତେ ଘ୫।୩୨ ମଧ୍ୟେ ରାତ୍ରି ଘ୬।୨୦ ଗତେ ଘ୯।୩୨ ମଧ୍ୟେ ଘ୧୧।୫୬ ଗତେ ଘ୩।୮ ମଧ୍ୟେ ଘ୩।୫୬ ଗତେ ଘ୫।୩୨ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ବୃଷ: ପରିଶ୍ରମ ତୁଳନାରେ କମ୍ ଫଳ ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମିଥୁନ: ଆପଣଙ୍କ ଉପରେ ଘରର ମୁରବିଙ୍କ ଆଶୀର୍ବାଦ ରହିବ। ପୂର୍ବ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ।
କର୍କଟ: ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।
ସିଂହ: ନିଜ ଭାଷରେ ନିୟନ୍ତ୍ରଣ ରଖନ୍ତୁ। ବିବାଦଠୁଁ ଦୂରରେ ରୁହନ୍ତୁ। ବ୍ୟବସାୟରେ ପରିଶ୍ରମ ଅନୁସାର ସନ୍ତୋଷଜନକ ଫଳ ପାଇବେ।
କନ୍ୟା: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅନ୍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ସୁଯୋଗ ମିଳିବ।
ତୁଳା: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ। ବେପାର ବୃଦ୍ଧି ଲାଗି ମନପ୍ରାଣ ଢାଳି କାମ କରିବେ। ଘରେ ଅବିବାହିତ ଲୋକଙ୍କର ବିବାହ ପ୍ରସଙ୍ଗ ଉଠିବ।
ବିଛା: ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ କମ୍ ଲାଗିବ।
ଧନୁ: ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ କରିନେବେ। ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ପ୍ରେମୀଯୁଗଳ ତର୍କ କରନ୍ତୁ ନାହିଁ।
ମକର: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଘର ସଫା କରିବାରେ ଗୃହଣୀଙ୍କର ସମୟ ବିତିବ। ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି।
କୁମ୍ଭ: କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର ସୃଜନଶୀଳତା ବଢ଼ିବ। ସରକାରୀ ଚାକିରିଆଙ୍କର କାମ ବୋଝ ଅଧିକ ରହିବ।
ମୀନ: ଘରୋଇ ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।