30.1 C
Bhubaneswar
Thursday, May 8, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆମେ ଆମର ଚଲାପଥରେ ଅବିରତ ଚାଲିବାକୁ ପଡିବ ନା ଏଠି ଥକିବାର,ନା ଏଠି ରୋକିବାର,ନା କି ଝୁକିବାର ଅଛି। କେବଳ ଆମକୁ ସମୟ ତିଆରି କରିଥିବା ଚଲାବାଟରେ ସଂଯମତା,ଧୈର୍ଯ୍ୟ, ଅନୁଶାସନ,କର୍ମନିଷ୍ଟତାର ସହ ଅବିରତଭାବେ ଚାଲିବାର ଅଛି,ହଁ !! ସମୟ ତ ପ୍ରତ୍ୟେକ କ୍ଷଣରେ ଆମର ପରୀକ୍ଷା ନେବ ସେଥିପାଇଁ ଆମେ ସଜାଗ୍ ହୋଇ ରହିଲେ ଆମେ ଆମ ଚଲାବାଟରେ ଜଣେ ପରିପକ୍ୱ ପଥିକ ହୋଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା । ଯେମିତିକି କ୍ଷୀରରୁ ଦହି, ଦହିରୁ ଲହୁଣୀ ଏବଂ ଲହୁଣୀରୁ ଘିଅ ହୋଇ ଘିଅ ପରିପକ୍ୱତାର ଉଦାହରଣ ଦେଇଥାଏ,କ୍ଷୀର,ଦହି ଅଥବା ଲହୁଣୀ ଖରାପ ହୋଇପାରନ୍ତି କିନ୍ତୁ ଘିଅ ବର୍ଷ ବର୍ଷ ଧରି ତାର ନିଜର ଗୁଣ ଓ ଧର୍ମ ବଜାଇ ରଖିଥାଏ। ଠିକ୍ ସେହିପରି ଆମକୁ ଘିଅ ପରି ପରିପକ୍ୱ ହୋଇ ଆମର ମାନବଧର୍ମ, ଓ ମାନଵନୀତିକୁ ବିକଟ ପରିସ୍ଥିତିରେ ବି ବଜାୟ ରଖି ଆଗକୁ ବଢ଼ି ଚାଲିବାକୁ ହେବ ।

ଅଦ୍ୟ ଜୁନ ମାସ ୧୧ ତାରିଖ ୨୦୨୩ ମସିହା(ରବିବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-କପିଳ

ଆଷାଢ଼ମାସ-କୃଷ୍ଣପକ୍ଷ

ତିଥି- ଅଷ୍ଟମୀ ଦିବା ଘ୧୨/୪୧ ପର୍ୟ୍ୟନ୍ତ ତଦନ୍ତେ ନବମୀ

ନକ୍ଷତ୍ର- ପୁର୍ବଭାଦ୍ର ଦିବା ଘ୦୩/୪୧ ପର୍ୟ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର

ଚନ୍ଦ୍ର- କୁମ୍ଭ ଦିବା ଘ୦୯/୫୫ ପର୍ୟ୍ୟନ୍ତ ତଦନ୍ତେ ମୀନ

ଯୋଗ- ପ୍ରୀତି

କରଣ – କୌଳବ

ସୌରମାସ- ବୃଷ ୨୮ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୫୧

*✧═════•❁❀

ଯୋଗିନୀ ଐଶାନ୍ୟେ ଦିବା ଘ୧୨/୪୧ ପର୍ୟ୍ୟନ୍ତ ତଦନ୍ତେ ପୁର୍ବେ

ଧନୁ ରାଶିର ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ ଓ ନବମୀ ର ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା ଓ ବାରବେଳା – ଘ୧୦/୦୫ ଗତେ ଘ୦୧/୨୩ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୭ ଗତେ ଘ୦୯/୧୨ ମଧ୍ୟେ ଓ ରାତ୍ରି ଘ୦୭/୫୭ ଗତେ ଘ୧୧/୧୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୩/୩୫ଗତେ ଘ୦୪/୨୭ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ନଡ଼ିଆ ଦିବା ଘ୧୨/୪୧ ଗତେ ଲାଉ ଭକ୍ଷଣ ନିଷେଧ

✧═════•❁❀❁•════
✧═════•❁❀❁•═════✧

ମେଷ ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।

✧═════•❁❀❁•═════✧

ବୃଷ ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।

✧═════•❁❀❁•═════✧

ମିଥୁନ : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।

✧═════•❁❀❁•═════✧

କର୍କଟ : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।

✧═════•❁❀❁•═════✧

ସିଂହ: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।

✧═════•❁❀❁•═════✧

କନ୍ୟା: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

✧═════•❁❀❁•═════✧

ତୁଳା: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।

✧═════•❁❀❁•═════✧

ବିଛା: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।

✧═════•❁❀❁•═════✧

ଧନୁ: ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।

✧═════•❁❀❁•═════✧

ମକର : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।

✧═════•❁❀❁•═════✧

କୁମ୍ଭ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।

✧═════•❁❀❁•═════✧

ମୀନ : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking