36.1 C
Bhubaneswar
Saturday, May 18, 2024
Homeଅପରାଧଶାବଳରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ଶାବଳରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଲୋକ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି। ପଡ଼ୋଶୀଙ୍କ ବିବାହ ଭୋଜିରେ ନାଚିବାରୁ ସ୍ତ୍ରୀକୁ ଅଭିଯୁକ୍ତ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଗାଁର ରାମ ସିଂର ପତ୍ନୀ ଶର୍ମିଲା ପଡ଼ୋଶୀଙ୍କ ବିବାହରେ ନାଚିଥିଲେ।

ଏଥିରେ ରାଗିଯାଇ ରାମ ସିଂ ଶର୍ମିଳାଙ୍କୁ ଗାଳିଗୁଲଜ କରିବା ସହ ଶାବଳରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଶର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଔପଦା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାମ ସିଂକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking