ଜୀବନରେ ସବୁବେଳେ ଉପଯୁକ୍ତ ମାର୍ଗରେ ରହି ନିଜେ ଖୁସିରହି ଅନ୍ୟକୁ ଖୁସିରହିବାକୁ ଚେଷ୍ଟା କରନ୍ତୁ କାହିଁକିନା ଏ ଜୀବନ ଆଉ କେତେଦିନ ବାକି ଅଛି ତାହା କାହାକୁ ଜଣା ନାହିଁ,ସୁତରାଂ ଅହଙ୍କାରରେ କିଛି ନାହିଁ ସବୁକିଛି ସମୟର ଖେଳ।
ଦୃଢ଼ ଇଛାଶକ୍ତି ଶକ୍ତି, ସଚ୍ଚା ଭାବନା ଓ ଅଟଳ ବିଶ୍ବାସର ଜୀବନ ଅନ୍ୟକୁ ପ୍ରେରଣା ଦିଏ,କଥାରେ ଅଛି ମନୋବଳ ସୁଦୃଢ଼ ଥିଲେ ଭଗବାନଙ୍କୁ ଓ ମୃତ୍ୟୁ କୁ ମଧ୍ୟ ପରାସ୍ତ କରିହେବ।
ଆଶା” ଏବଂ “ବିଶ୍ୱାସ” କଦାପି ଭୁଲ୍ ହୋଇନଥାଏ।ଏହା କେବଳ ଆମ ଉପରେ ନିର୍ଭର କରେ ଯେ ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ।
ସମ୍ପର୍କରେ ବିଶ୍ଵାସ ଥିଲେ ମିଛ କହିବାର ଆବଶ୍ୟକତା ପଡ଼େ ନାହିଁ।
ନିଜକୁ ବଡ଼ ଦେଖେଇ ଅନ୍ୟକୁ ଛୋଟ ଦେଖାଉଥିବା ଲୋକ Life ରେ କେବେ ମଧ୍ୟ Develop କରି ପାରିବ ନାହିଁ ।
ଅଦ୍ୟ ପ୍ରେବୃଆରୀ ମାସ ୧୮ ତାରିଖ ୨୦୨୩ ମସିହା(ଶନିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଫାଲଗୁନମାସ-କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ସନ୍ଧ୍ୟା ଘ୦୭/୦୪ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର-ଉତ୍ତାରାଷାଢା ସନ୍ଧ୍ୟା ଘ୦୬/୩୧ଗତେ ଶ୍ରବଣା
ଚନ୍ଦ୍ର- ମକର
ଯୋଗ-ବ୍ୟତିପ।ତ
କରଣ – ଗର
ସୌରମାସ- କୁମ୍ଭ ୦୬ ଦିନ
ଅଦ୍ୟ ମହାଶିବରାତ୍ରି
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୦୯
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୦୪ ଗତେ ପଶ୍ଚିମ
ସିଂହ ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୩ମଧ୍ୟେ ଓ ଘ୦୪/୨୧ ଗତେ ଘ୦୫/୪୮ ମଧ୍ୟେ
ବାରବେଳା – ଦିବା ଘ୦୧/୩୧ ଗତେ ଘ୦୨/୫୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୧୦/୧୭ ଗତେ ଘ୦୧/୩୦ମଧ୍ୟେ ଓରାତ୍ରି ଘ୦୮/୧୦ ଗତେ ଘ୧୦/୩୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
═✧══•❁❀❁•
ଆଜିର ରାଶିଫଳ
✧═════•❁❀❁•═════✧
🌹ମେଷ🌷👉: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
✧═════•❁❀❁•═════✧
🌹ବୃଷ🌷👉: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
✧═════•❁❀❁•═════✧
🌹ମିଥୁନ🌷👉: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
✧═════•❁❀❁•═════✧
🌹କର୍କଟ🌷👉: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
✧═════•❁❀❁•═════✧
🌹ସିଂହ🌷👉କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
✧═════•❁❀❁•═════✧
🌹କନ୍ୟା🌷👉: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
✧═════•❁❀❁•═════✧
🌹ତୁଳା🌷👉: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
✧═════•❁❀❁•═════✧
🌹ବିଛା🌷👉: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
✧═════•❁❀❁•═════✧
🌹ଧନୁ🌷👉: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
✧═════•❁❀❁•═════✧
🌹ମକର🌷👉: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
✧═════•❁❀❁•═════✧
🌹କୁମ୍ଭ🌷👉: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
✧═════•❁❀❁•═════✧
🌹ମୀନ🌷👉: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।