🦋”ଲଙ୍କାପୁରରେ ରାମ ରାମ କହିଲେ ବିଭିଷଣ ଭଳି ତଡ଼ା ଖାଇବାକୁ ପଡିଥାଏ , ଠିକ୍ ସେହିପରି ମିଛ ଦୁନିଆରେ ସତ ପଥରେ ରହିଲେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ , କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ବିଭିଷଣ ସିନା ଲଙ୍କାପୁର ରୁ ତଡ଼ା ଖାଇଲେ ହେଲେ ରାମଚନ୍ଦ୍ରଙ୍କ ପାଖରେ ଶରଣାପନ୍ନ ହୋଇଥିଲେ ଠିକ୍ ସେହିପରି ଆମେ ମଧ୍ୟ ସତ ପଥରେ ରହିଲେ ଭଗବାନଙ୍କ ଶରଣାପନ୍ନ ହୋଇପାରିବା !!”
🦋”ମନେରଖନ୍ତୁ ଆପଣଙ୍କ ପଛରେ ସମାଲୋଚନା କରୁଥିବା ଲୋକ ସବୁବେଳେ ଆପଣଙ୍କ ପଛରେ ହିଁ ରହିଥିବେ କେବେବି ଆଗକୁ ଯାଇପାରିବେ ନାହିଁ !!”
🦋”ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ , ଗୋଟିଏ ” କୃଷ୍ଣ ” ଙ୍କ ପରି ଯିଏ ଯୁଦ୍ଧରେ ଲଢିଲେ ନାହିଁ ହେଲେ ବନ୍ଧୁଙ୍କୁ ଜିତେଇଦେଲେ , ଆଉ ଜଣେ ” କର୍ଣ୍ଣ ” ଙ୍କ ପରି ଯିଏ ହାରିଗଲେ ପଛେ କିନ୍ତୁ ଜୀବନର ଶେଷ ପର୍ଯ୍ୟନ୍ତ ବନ୍ଧୁଙ୍କୁ ଛାଡିଲେ ନାହିଁ !!”
🦋” ଦୀପ ” ତା’ର ପରିଚୟ କହେ ନାହିଁ କେବଳ ପ୍ରକାଶ କରିଥାଏ , ଠିକ ସେହିପରି ନିଜର ପରିଚୟ କାହା ଆଗରେ ପ୍ରକାଶ କରିବା କିଛି ଆବଶ୍ୟକତା ନାହିଁ , ସଠିକ୍ କର୍ମ କରିଚାଲ ଦେଖିବ ତାହା ହିଁ ନିଜର ପରିଚୟ ହେବ
ଅଦ୍ୟ ନଭେମ୍ବର ମାସ ୨୨ ତାରିଖ ୨୦୨୨ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାର୍ଗଶିର-କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ଦିବା ଘ୦୮/୫୫ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୧୧/୫୨ ଗତେ ବିଶାଖା
ଚନ୍ଦ୍ର- ତୁଳା
ଯୋଗ- ସୌଭାଗ୍ୟ
କରଣ – ବାଣିଜ୍ୟ
ସୌରମାସ- ବିଛା ୦୭ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୩/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୫
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୮/୫୫ ଗତେ ପଶ୍ଚିମେ
ମକର ରାଶିର ଘାତବାର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୧୨/୫୪ ଗତେ ଘ୦୨/୧୭ ମଧ୍ୟେ
ବାରବେଳା – ଦିବା ଘ ୦୭/୨୫ ଗତେ ଘ୦୮/୫୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୫୦ ମଧ୍ୟେ ଓ ଘ୦୮/୫୦ ଗତେ ଘ୧୧/୩୮ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ସନ୍ଧ୍ୟା ଘ୦୫/୨୦ ଗତେ ଘ୦୭/୨୬ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବାଇଗଣ ଦିବା ଘ ୦୮/୫୫ ଗତେ ବିରି ଭକ୍ଷଣ ନିଷେଧ
ଆଜିର ରାଶିଫଳ
✧═════•❁❀❁•═════✧
🌷ମେଷ🌷👉 : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
✧═════•❁❀❁•═════✧
🌷ବୃଷ🌷👉 : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
✧═════•❁❀❁•═════✧
🌷ମିଥୁନ🌷👉 : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
✧═════•❁❀❁•═════✧
🌷କର୍କଟ🌷👉 : ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
✧═════•❁❀❁•═════✧
🌷ସିଂହ🌷👉 : ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
✧═════•❁❀❁•═════✧
🌷କନ୍ୟା🌷👉 : ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
✧═════•❁❀❁•═════✧
🌷ତୁଳା🌷👉 : ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
✧═════•❁❀❁•═════✧
🌷ବିଚ୍ଛା🌷👉 : ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
✧═════•❁❀❁•═════✧
🌷ଧନୁ🌷👉 : ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
✧═════•❁❀❁•═════✧
🌷ମକର🌷👉 : ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
✧═════•❁❀❁•═════✧
🌷କୁମ୍ଭ🌷👉 : ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
✧═════•❁❀❁•═════✧
🌷ମୀନ🌷👉 : ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।
କାହାରିକୁ କର୍କଶ କଥା କୁହନାହିଁ; ଯାହାକୁ କହିବ ସେ ସେହିପରି ପ୍ରତ୍ୟୁତ୍ତର ଦେବ !!”
➡️”ଉଲଗ୍ନ ଶରୀର, ମୁଣ୍ଡିତ ବା କଟାକେଶ, ଦୂଷିତ ଦ୍ରବ୍ୟାବରଣ, ଉପବାସ, ଭୂତଳରେ ଶୟନ, ଭସ୍ମ ବା ଧୂଳି ଲେପନ ଓ କ୍ଳେଶାସନ- କେଉଁଥିରେ ମନୁଷ୍ୟର ଚିତ୍ତ ଶୁଦ୍ଧି ହେବନାହିଁ, ଯେ ପର୍ଯ୍ୟନ୍ତ ତା’ ମନରୁ ମୋହ ଦୂର ହୋଇନାହିଁ !!”
➡️”ଯାହା ଉତ୍ତମ ବୋଲି ଭାବୁଛ ପ୍ରଥମେ ତାହାକୁ ଆଚରଣ କର ଓ ପରେ ତାହା କରିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେବ !!”
➡️”ନିଜେ ହିଁ ନିଜର ଆଶ୍ରୟଦାତା ପ୍ରଭୁ । ନିଜକୁ ସୁସଂଯତ କର !!”
1 ଆଜିର ସୁବିଚାର ”
🥀”ଜଣେ ଶକୁନିର ମିତ୍ର , ଜଣେ ଶ୍ରୀକୃଷ୍ଣଙ୍କ ମିତ୍ର , ମିତ୍ରତାର ଫଳାଫଳ ସମସ୍ତଙ୍କୁ ଜଣା , ତେଣୁ ବୁଝି ବିଚାରି ମିତ୍ରତା କରନ୍ତୁ !!”
🥀”ଧନ ଅର୍ଜନ କରିବାର ଶକ୍ତି ସମସ୍ତଙ୍କ ପାଖରେ ଥାଏ , ପୁଣ୍ୟ ଅର୍ଜନ କରିବାର ଶକ୍ତି ଇଶ୍ବର କେବଳ ଭାଗ୍ୟବାନ ଲୋକଙ୍କୁ ଦେଇଥାନ୍ତି | ସେଥିପାଇଁ କୁହାଯାଏ ଧନ କେବେଳ ଶେଷ ନିଶ୍ବାସ ଯାଏ ସାଥ ଦିଏ , କିନ୍ତୁ ପୁଣ୍ୟ ମୃତ୍ୟୁ ପରେ ମଧ୍ୟ ସାଥିରେ ଥାଏ !!”
🥀”କୋଣସି ମନୁଷ୍ୟର ବର୍ତ୍ତମାନର ଅବସ୍ଥା ଦେଖି ତାହାର ଭବିଷ୍ୟତକୁ ଉପହାସ କରିବା ଠିକ୍ ନୁହେଁ କାହିଁକି ନା ! ଭବିଷ୍ୟତର ଏପରି ଶକ୍ତି ରହିଛି , ସେ ଗୋଟିଏ କୋଇଲା କୁ ମଧ୍ୟ ସୁନାରେ ପରିଣତ କରିପାରିବ !!”
🥀”ଉଚ୍ଚ ପଦ ପାଇଗଲେ କେହି କେବେ ବଡ ହୋଇଯାଏ ନାହିଁ , ବାସ୍ତବରେ ବଡ ତ ତାକୁ ବଡ଼ କୁହାଯାଏ ଯାହା ପାଖରେ ମଣିଷ ପଣିଆ ରହିଥାଏ !!”
” ଗୀତା ଉପଦେଶ “*
♨️”ସଞ୍ଜୟ କହିଲେ କୃଷ୍ଣଙ୍କର ଏପରି ବଚନ ଶୁଣି ଅର୍ଜୁନ ଥରଥର ହୋଇ ନମସ୍କାର କରି ଭୟଭୀତ ହୋଇ ରୁଦ୍ଧ କଣ୍ଠରେ କହିଲେ…… !!”
♨️”ହେ ହୃଷୀକେଶ ଏହାହିଁ ଯଥାର୍ଥ ଯେ ଆପଣଙ୍କର କୀର୍ତ୍ତି ଗାନ କରି ସାରା ଜଗତ ପ୍ରସନ୍ନ ଚିତ୍ତ ଓ ଆନନ୍ଦିତ ହୋଇଯାନ୍ତି । ଆପଣଙ୍କ ନାମ ଉଠିଲେ ରାକ୍ଷସ ଗଣ ଭୟରେ ଛତ୍ରଭଙ୍ଗ ଦେଇ ଚତୁର୍ଦୀଗରେ ପଳାୟନ କରନ୍ତି ଓ ସିଦ୍ଧଗଣ ଆପଣଙ୍କୁ ନମସ୍କାର କରୁଥାନ୍ତି !!”
♨️”ହେ ମହାତ୍ମା ଆପଣତ ବ୍ରହ୍ମାଙ୍କର ଆଦିକର୍ତ୍ତା ଗୁରୁଙ୍କର ଗୁରୁ ସେମାନେ (ସିଦ୍ଧଗଣମାନେ) ଆପଣଙ୍କୁ ନମସ୍କାର ନ କରିବେ କାହିଁକି । ହେ ଅନନ୍ତ ହେ ଦେବେଶ ହେ ଜଗତର ଆଧାର ତୁମେ ହିଁ ଅକ୍ଷର ସତ୍ ଓ ଅସତ୍ ର ଅତୀତ ଆଉ ଯାହା କିଛି ଅଛି ତାହା ମଧ୍ୟ ଆପଣ !!”
♨️”ଆପଣ ଆଦିଦେବ, ଆପଣ ପୁରାଣ ପୁରୁଷ, ଆପଣ ହିଁ ଏହି ବିଶ୍ୱର ପ୍ରଧାନ ଆଶ୍ରୟ, ଆପଣ ଜ୍ଞାତା ଜ୍ଞେୟ ଓ ପରମପଦ, ହେ ଅନନ୍ତରୂପ ହେ ଅନନ୍ତଇଶ୍ୱର ଆପଣ ହିଁ ସର୍ବତ୍ର ବ୍ୟାପୃତ୍ତ ଅଛନ୍ତି !!”
” ଆଜିର ଭାଗବତ ବାଣୀ *
➡️ଯେପରି କାଳରୂପୀ ଭଗବାନଙ୍କର ପ୍ରେରଣାରେ ଗଛରେ ଫଳ ଧରେ, ଝଡ଼ି ନ ଯାଇ ରହେ, ବଢେ, ପାଚେ, କ୍ଷୀଣ ହୁଏ ଓ ନଷ୍ଟ ହୋଇଯାଏ, ମନୁଷ୍ୟଶରୀରରେ ବି ସେହିପରି ଜନ୍ମ, ଅସ୍ତିତ୍ଵର ଅନୁଭୂତି, ବୃଦ୍ଧି, ପରିଣାମ, କ୍ଷୟ ଓ ବିନାଶ — ଏହି ଛଅଟି ଭାବବିକାର ଦେଖାଯାଏ । ଆତ୍ମା ସହିତ ଏସବୁର କୌଣସି ସମ୍ବନ୍ଧ ନାହିଁ । ଆତ୍ମା ହେଉଛି ନିତ୍ୟ, ଅବିନାଶୀ, ଶୁଦ୍ଧ, ଅଦ୍ବିତୀୟ, କ୍ଷେତ୍ରଜ୍ଞ, ସବୁରି ଆଶ୍ରୟ, ନିର୍ବିକାର, ସ୍ବୟଂପ୍ରକାଶ, ସବୁର କାରଣ, ବ୍ୟାପକ, ଅସଙ୍ଗ ତଥା ଆବରଣରହିତ । ଏହି ବାରଟି ହେଉଛି ଆତ୍ମାର ଶ୍ରେଷ୍ଠ ଲକ୍ଷଣ । ଏ ସବୁର ସାହାଯ୍ୟ ନେଇ ବିଦ୍ବାନ ପୁରୁଷ ଅଜ୍ଞାନ ହେତୁ ଶରୀର ଆଦି ପ୍ରତି ରହିଥିବା “ମୁଁ” “ମୋର” ଆଦି ମିଥ୍ଯାଭାବ ଛାଡ଼ିଦେବା ଉଚିତ । ସୁନାପଥରରୁ ସୁନା ବାହାର କରିବାର ଉପାୟ ଜାଣିଥିବା ବଣିଆ ଯେପରି ସେଥିରୁ ସୁନା ବାହାର କରିପାରେ, ଆଧ୍ୟାତ୍ମିକ ତତ୍ତ୍ୱ ଜାଣିଥିବା ପୁରୁଷ ସେହିପରି ଆତ୍ମୋପଲବ୍ଧିର ଉପାୟଦ୍ବାରା ନିଜର ଶରୀରରୂପ କ୍ଷେତ୍ରରେ ହିଁ ବ୍ରହ୍ମପଦର ସାକ୍ଷାତକାର ପାଇଯାଆନ୍ତି ।
”
🌹➡️”ସାଧାରଣତଃ ପ୍ରକୃତି ସହିତ ସମ୍ବନ୍ଧ ମାନିବା କାରଣରୁ ଏବଂ ସ୍ବାର୍ଥବୁଦ୍ଧି, ଭୋଗ ବୁଦ୍ଧି, ସୁଖ ବୁଦ୍ଧି ଇତ୍ୟାଦି ସାହାର୍ଯ୍ୟରେ ପ୍ରାଣୀ ମାନଙ୍କୁ ଭିନ୍ନ ଭିନ୍ନ ଭାବରେ ଦେଖିବାରୁ ରାଗ, ଦ୍ବେଷ ଜାତ ହୁଏ, ରାଗ ହେଲେ ସେମାନଙ୍କ ଠାରେ ଗୁଣ ଦେଖାଯାଏ, ଆଉ ଦ୍ବେଷ ହେଲେ ଦୋଷ ଦେଖାଯାଏ, ଏହିପରି ଦୃଷ୍ଟି ସମ୍ମୁଖରେ ରାଗ, ଦ୍ବେଷ ରୂପକ ପରଦା ଆସି ଯିବାରୁ ବାସ୍ତବିକତା ଅନୁଭୂତ ହୁଏ ନାହିଁ, କିନ୍ତୁ ସାଧକ ଯେତେବେଳେ ନିଜର ତଥା କଥିତ ସ୍ଥୂଳ, ସୂକ୍ଷ୍ମ ଓ କାରଣ ଶରୀର ସମେତ ପ୍ରାଣୀ ମାନଙ୍କ ଶରୀରର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟକୁ ପ୍ରକୃତିରେ ହେଉ ଥିବାର ଦେଖେ ଏବଂ ନିଜ ଠାରେ ସେ ସବୁର ଅନୁ ପସ୍ଥିତି ଅନୁଭବ କରେ, ସେତେବେଳେ ତା’ ର ଦୃଷ୍ଟି ସମ୍ମୁଖରୁ ରାଗ, ଦ୍ବେଷ ରୂପକ ପରଦା ଅପସରି ଯାଏ, ଏବଂ ତାକୁ ସ୍ବତଃ ସିଦ୍ଧ ପରମାତ୍ମତତ୍ତ୍ବ ଅନୁଭବ ହୁଏ।”⬅️🌹