ପ୍ରକୃତ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ସହିତ ବୁଦ୍ଧି ବିକାଶ କରିବା ପୂର୍ଣ୍ଣ ଏକାଗ୍ରତା ସହିତ ଚିନ୍ତା କରିବାର କ୍ଷମତା ହେଉଛି ଶିକ୍ଷାର କାର୍ଯ୍ୟ । ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ବ୍ୟବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟହୀନ ।
ମାଂସପେଶୀୟ ବଳ ଅଧିକ ଥିଲେ ଜଣେ ବଳୁଆ ହୋଇପାରେ କିନ୍ତୁ ତା ଦ୍ୱାରା ଯେ ସେ ସର୍ବଦା ଜିତିପାରିବ ତା ନୁହଁ,କିନ୍ତୁ ମନୋବିଜ୍ଞାନର ବଳ ଥିଲେ ଜଣେ ଖାଲି ମଣିଷ ନୁହଁ ବରଂ ଏ ବିଶ୍ୱକୁ ଜିଣିପାରିବ.. ଧନରେ ଯେ ଧନୀ ସେ ନିଜକୁ ନେଇ ଗର୍ବ କରେ ହେଲେ ମନରେ ଯେ ଧନୀ ତାକୁ ନେଇ ସମାଜ ଗର୍ବ କରେ ।
ଅଳ୍ପ ରେ ଖୁସି ହୁଅନ୍ତୁ ଅଧିକ ଆଶା କରନ୍ତୁ ନାହିଁ, କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଥାଏ…। ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କାନ୍ଦେଇ ଦେଇଥାଏ, ତେଣୁ କ୍ଷଣିକ ଦୁଃଖରେ ବିଚଳିତ ନହୋଇ ନିର୍ଭୟରେ ଜୀବନ କୁ ସାମ୍ନା କରନ୍ତୁ ।
ଅଦ୍ଯ କନ୍ୟା ଦି୬ନ,ଦ୍ଵାଦଶୀ ଦ୪୯।୦ ରାଘ୧।୧୬,ଅଶ୍ଲେଷା ଦ୫୨।୫୧ ରାଘ ୨।୪୮,କର୍କଟ ଚନ୍ଦ୍ର ଦ୫୨।୫୧ ରାଘ ୨।୪୮.
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କନ୍ୟା ଦ୦/୪୫/୫୦ ଇଂଘ୫/୩୯/୩୧ ଗତେ ଉଦୟ
ମୀନ ଦ୦/୪୧/୨୦ ଇଂଘ୫/୪୦/୩୪ ଗତେ ଅସ୍ତ ।
ଯୋଗିନୀ ନୈଋତେ । ରାତ୍ରି ଘ୧।୧୬ ଗତେ ଦକ୍ଷିଣେ । ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ,ନୌକାଗଠନ,ବାଣିଜ୍ୟକରଣ, ଧାନ୍ୟଛେଦନ ଓ ସ୍ଥାପନ,ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୨।୪୮ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୁର୍ବଭାଦ୍ର ରେବତୀ ଦ୍ବିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କର୍କଟ ଓ ମକର ରାଶିମାନଙ୍କର ଘାତଚନ୍ଦ୍ର ।ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଦିବା ଘ୨।୩୯ ଗତେ ଘ୫।୯ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୩୯ ଗତେ ଗ୯।୯ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୧।୧୬ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ସମ୍ବତ୍ସର ରାତ୍ରି ଘ୨।୪୮ ଗତେ ପାଞ୍ଚମାସ ଗଣ୍ଡଦୋଷ । ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ ।ଦ୍ବାଦଶୀର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ପୂତିକା(ପୋଇଶାଗ )ରାତ୍ରି ଘ୧।୧୬ ଗତେ ବାର୍ତ୍ତାକା (ବାଇଗଣ) ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୭।୧୫ ମଧ୍ୟେ ଘ୧।୩୯ ଗତେ ଘ୩।୧୫ ମଧ୍ୟେ ରାତ୍ରି ଘ ୬।୨୭ ଗତେ ଘ୯।୩୯ ମଧ୍ୟେ ଘ୧୨।୩ ଗତେ ଘ୩।୧୫ ମଧ୍ୟେ ରାଘ୪।୩ ଗତେ ଗ୫।୩୯ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।
ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।
କନ୍ୟା: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।
ବିଛା: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହୋଇ ପାରିବ
ମକର: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ।