25.1 C
Bhubaneswar
Saturday, January 18, 2025
Homeଓଡିଶାଆଜିର ଅନୁଚିନ୍ତା "🙏🏻☘️🌹

ଆଜିର ଅନୁଚିନ୍ତା “🙏🏻☘️🌹

🦋”ସବୁବେଳେ ନିଜର ଭୁଲ୍କୁ ସ୍ବୀକାର କରନ୍ତୁ , କାହିଁକିନା ଭୁଲ୍ ସ୍ବୀକାର କରିଲେ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ ଆଉ ନିଜକୁ ସୁଧାରିନେବାର ବାଟ ମଧ୍ଯ ପାଇଯାଏ !!”

🦋”ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି !!”

🦋”ଜୀବନ ଦୁଇ ଦିନର ହେଉ କି ଚାରି ଦିନର ସେଥିରେ କିଛି ଯାଏଆସେ ନାହିଁ , ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ତୁମେ ଜୀବନକୁ ମିଳିଛ !!”

🦋”ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରି କି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ , ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରି କି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ !!”

ଅଦ୍ୟ ଅପ୍ରେଲ ମାସ ୧୧ ତାରିଖ ୨୦୨୨ ମସିହା(ସୋମବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ରାକ୍ଷସ
ଚୈତ୍ର-ଶୁକ୍ଳପକ୍ଷ
ତିଥି- ଦଶମୀ ରାତ୍ରି ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ
ନକ୍ଷତ୍ର- ପୁଷ୍ୟ। ଦିବା ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ଧୃତୀ
କରଣ – ତୈତିଳ
ସୌରମାସ- ମୀନ ୨୮ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୫୯
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ ୦୪/୪୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ମିଥୁନ ରାଶିର ଘାତବାର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ। -ଦିବା ଘ୦୭/୧୦ଗତେ ଘ୦୮/୪୪ ମଧ୍ୟେ
ବାରବେଳା – ଦିବା ଘ ୦୨/୫୫ଗତେ ଘ୦୪/୨୯ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘପ୦୭/୦୯ ମଧ୍ୟେ ଓ ଘ୧୦/୪୪ ଗତେ ଘ୧୨/୫୦ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ଘ୦୬/୨୬ ମଧ୍ୟେ ଓ ଘ୦୪/୩୦ ଗତେ ଘ୦୪/୫୦ ମଧ୍ୟେ
═✧══•❁❀❁•═════✧
ଅଦ୍ୟ କଳମଶ।ଗ ରାତ୍ରି ଘ ୦୪/୪୨ ଗତେ ଶିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═════
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════✧
🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════✧
🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════✧
🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════✧
🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════✧
🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════✧
🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════✧
🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════✧
🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════✧
🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ଆମ ସ୍ୱାସ୍ଥ୍ୟ ଖବର🌿

🍁🍁🍁🍁🍁🍁🍁🍁🍁🍁🍁🍁
ବଥୁଆ ଶାଗର ନାମ ଶୁଣି ଯଦି ମୁହଁ ବୁଲାଇ ଦେଉଛନ୍ତି ତେବେ ଆପଣ ବହୁତ ବଡ ଭୁଲ କରୁଛନ୍ତି, ବହୁତ ବଡ ବଡ ରୋଗର ମହୋଷଧି ଅଟେ ଏହି ବଥୁଆ ଶାଗ

ପ୍ରକୃତି ମଣିଷକୁ ତାହାର ସବୁ ସମସ୍ୟାର ଚିକିସ୍ଛା ପାଇଁ ଫଳ ଏବଂ ପନିପରିବାରେ ଦେଇଛନ୍ତି, କିନ୍ତୁ ଏହା ସତ୍ବେ ବି ଆମେ ଔଷଧ ଖାଇବା ପାଇଁ ଠିକ ଭାବି ଥାଉ । ପ୍ରକୃତି ଦ୍ଵାରା ଦିଆଯାଉଥିବା ପନିପରିବାକୁ ଆମେ ଯଦି ନିୟମିତ ରୂପରେ ସେବନ କରୁଛନ୍ତି ତେବେ ଆମକୁ କୌଣସି ପ୍ରକାରର ସମସ୍ୟା ହେବ ନାହିଁ । କିନ୍ତୁ କିଛି ଏମିତି ପନିପରିବା ଅଛି ଯାହାକୁ ଦେଖି ଆମେ ନିଜର ମୁହଁକୁ ବୁଲାଇ ଦେଉ, କିନ୍ତୁ ଆମେ ତାହାର ଫାଇଦା ବିଷୟରେ ଜାଣି ନଥାଉ ।

ଏହିଭଳି ଏକ ପନିପରିବା ହେଉଛି ବଥୁଆ ଶାଗ ଯାହା ଆମ ଶରୀରର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ବଥୁଆ ଶାଗ ଦ୍ଵାରା ମିଳୁଥିବା ଫାଇଦା ବିଷୟରେ କହିବାକୁ ଯାଉଛୁ ।

ବଥୁଆ ସାଗରେ ଭିଟାମିନ A, କ୍ୟାଲସିୟମ ଏବଂ ପୋଟାସିୟମ ହୋଇଥାଏ । ଏହା ବିଭିନ୍ନ ପ୍ରକାର ସମସ୍ୟାକୁ ଠିକ କରିଥାଏ । ଏଥିରେ ଭରହପୁର ମାତ୍ରାରେ ଆଇରନ ମିଳିଥାଏ ।

କବ୍ଜ ଏବଂ ଗ୍ୟାସରେ ଲାଭଦାୟକ👉
ଯେତେବେଳେ ଖାଇବା ଭଲ ଭାବରେ ହଜମ ହୁଏ ନାହିଁ ସେତେବେଳେ ଆମକୁ କବ୍ଜ ଏବଂ ଗ୍ୟାସର ସମସ୍ୟା ହୋଇଥାଏ । ବଥୁଆ ଶାଗରେ ଫାଇବରର ଅଧିକ ମାତ୍ରାରେ ମିଳିଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କର କବ୍ଜ କିମ୍ବା ଗ୍ୟାସର ସମସ୍ୟା କମ ସମୟ ମଧ୍ୟରେ ଠିକ ହୋଇଯିବ । ସେଥିପାଇଁ ସପ୍ତାହକୁ ୩ – ୪ ଥର ବଥୁଆ ଶାଗ ଖାଆନ୍ତୁ ।

ଏନିମିୟା ଦୂର କରେ👉
ଯଦି ଶରୀରରରେ ରକ୍ତ କମ ଥାଏ ମାନେ ଏନିମିୟା ହୋଇଯାଏ ତେବେ ବଥୁଆ ଶାଗ ଖାଇବା ବହୁତ ଲାଭଦାୟକ ଅଟେ । ବଥୁଆ ସାଗରେ ଆଇରନ ଏବଂ ଫଲିକ ଏସିଡ ଥାଏ । ଏହା ଆମ ଶରୀରର ହୀମୋଗ୍ଲୋବିନକୁ ଠିକ କରିଥାଏ ଏବଂ ନୂଆ ରକ୍ତର ନିର୍ମାଣରେ ଆମକୁ ସାହାର୍ଯ୍ୟ କରିଥାଏ । ମାସିକ ଧର୍ମର ବ୍ୟଥା ହେଉଥିବା ମହିଳାଙ୍କ ପାଇଁ ଏହା ବହୁତ କାମର ଜିନିଷ ଅଟେ ।

ଦାନ୍ତ ରୋଗକୁ ଠିକ କରେ👉
ଆମେ ଖାଦ୍ଯ ପାନୀୟ ଗ୍ରହଣରେ ସବୁବେଳେ ମୁହଁର ବ୍ୟବହାର ହୋଇଥାଏ । ଏମିତିରେ ମୁହଁରେ ଏବଂ ଦାନ୍ତରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଆପଣ ବଥୁଆ ଶାଗ ଦ୍ଵାରା ଠିକ କରି ପାରିବେ । ଏହାକୁ ଯଦି ଆପଣ ଚୋବାଇ କରି ଖାଉଛନ୍ତି ତେବେ ଆପଣଙ୍କର ମୁହଁର ଦୁର୍ଗନ୍ଧ ଏବଂ ଦାନ୍ତ ଗୁଡିକ ସଫା ମଧ୍ୟ ହୋଇଯାଏ ।

ଷ୍ଟୋନ ଭଲ କରିଥାଏ👉
ଆପଣଙ୍କୁ ଯଦି ପେଟରେ ଷ୍ଟୋନର ସମସ୍ୟା ଅଛି ତେବେ ବଥୁଆ ଶାଗ ସେବନ କରିବା ଉଚିତ । କିଡନୀ କିମ୍ବା ଲିଭରରେ ଆପଣଙ୍କୁ କୌଣସି ସମସ୍ୟା ଅଛି ତେବେ ଏହା ସେଗୁଡିକ ସବୁ ଭଲ କରିଦିଏ । ଯଦି ବଥୁଆ ଖାଇ ପାରୁ ନାହାନ୍ତି ତେବେ ଏହାକୁ ଗରମ ପାଣିରେ ଗରମ କରି ଛାଣି ଏହାର ପାଣିରେ ଅଳ୍ପ ଗ୍ଲୋମାରିଚ ପାଉଡର ଏବଂ ଲେମ୍ବୁ ରସ ପକାଇ ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆରମ ମିଳିବ।

“କ୍ଷୁଦ୍ର କାହାଣୀ”🌹🌻🌸

🌹” ଲୀଳାପୁରୁଷ ପ୍ରଭୁ ଶ୍ରୀରାମ “🌹
· · • • • • • • ✤ • • • • • • · ·

ତାରିଖ :୧୧.ଏପ୍ରିଲ.୨୦୨୨,ସୋମବାର !!
ରଚନା : କାଳୀ ପ୍ରସାଦ ମହାପାତ୍ର !!
କାହାଣୀ କ୍ରମିକ ସଂଖ୍ୟା : ୪୪୮୧ !!
ସଂଗ୍ରହ : ꧁༒ 💖ৡ କୃଷ୍ଣ ৡ💖༒꧂
ସୌଜନ୍ୟ : ଜୟ ଶ୍ରୀକୃଷ୍ଣ – ୧/୨/୩,ଛୋଟ ମୋର ଗାଁଟି,ମା ବୁଢ଼ୀ ଠାକୁରାଣୀ,ଅଭିଳାଷା ଏବଂ ଆଧ୍ୟାତ୍ମିକ ଏବଂ କାହାଣୀ ହ୍ଵାଟ୍ସଆପ୍ ଗ୍ରୁପ୍ ,ଭୋଳାସିଙ୍ଗି !!
❀꧁❀꧂❀꧁❀꧂❀꧁❀꧂❀
______________
ପ୍ରଥମ କରି ପିଲାମାନଙ୍କର ଗୁରୁଣ୍ଡିବାର ଦେଖି ମହାରାଜ ଦଶରଥ ଓ ତିନି ରାଣୀଙ୍କ ଖୁସିର ସୀମା ରହିଲା ନାହିଁ।ସେମାନଙ୍କର ଖାଇବାପିଇବାର ଠିକ ରହିଲା ନାହିଁ।କୈକେୟୀଙ୍କ ତ ପିଲାମାନଙ୍କର ଯତ୍ନ ନେବାରେ ସମୟ କଟିଯାଏ।

ପିଲାମାନଙ୍କର ଠୁକୁରୁ ଠୁକୁରୁ ଚାଲି,ଅଣ୍ଟାରେ ବଂଧା ହୋଇଥିବା ଘାଗୁଡିର ଝୁଣୁ ଝୁଣୁ ଶବ୍ଦରେ ରାଜମହଲ ହସି ଉଠୁଥାଏ। ରାମ,ଲକ୍ଷ୍ମଣ, ଭରତ ଓ ଶତୃଘ୍ନ ଚାରି ଭାଇମାନଙ୍କର ଖେଳରେ ସମସ୍ତଙ୍କ ମନ ମୁଗ୍ଧ ହୋଇ ଉଠୁଥାଏ

ଦିନେ ମା କୈକେୟୀଙ୍କ ପାଖରେ ରାମ ଠିଆ ହୋଇ ଆକାଶକୁ
ଅନାଇ ଥାଆନ୍ତି। ସେ ଦିନ ପୂର୍ଣ୍ଣମୀର ଚନ୍ଦ୍ର ପୂର୍ବ ଦିଗରେ ଦେଖାଯାଉ ଥାଆନ୍ତି। ରାମ ଖୁସିରେ ମାଆଙ୍କ ହାତ ଧରି କହିଲେ,”ମାଆ ମୋତେ ଚନ୍ଦ୍ର ଆଣିଦିଏ”।କୈକେୟୀ ଗୋଟିଏ ସୁନ୍ଦର ରୂପା ଥାଳିକୁ ରାମଙ୍କ ସମ୍ମୁଖରେ ରଖିଲେ। ସେଥିରେ ନିଜର ଓ ଚନ୍ଦ୍ରଙ୍କର ଛବି ଏକତ୍ର ଦେଖି ଖୁସି ହୋଇଗଲେ।ମାଆଙ୍କୁ ଦେଖାଇ କହିଲେ,”ମାଆ ମାଆ ଦେଖ ନା ଇଏ ମୁଁ ରାମ ଓ ଇଏ ଚନ୍ଦ୍ର”। ମାଆ କହିଲେ “ଆଜିଠୁ ତୁମ ନାମ ସହ ଚନ୍ଦ୍ର ଦେବଙ୍କ ନାମ ଯୋଡି ହୋଇ ତୁମର ନାମ ରାମଚନ୍ଦ୍ର ହେବ ଆଉ ତୁମେ ରାମଚନ୍ଦ୍ର ନାମରେ ସାରାଜଗତରେ ପରିଚିତ ହେବ”।

ଦିନେ ବାଳକ ଶ୍ରୀରାମ ରାଜମହଲ ଉପରେ ଛୋଟ ପାଟିରେ
କିଛି ଫଳ ଖାଇଥାନ୍ତି।ମାଆ କିଛି ଦୂରରେ ଠିଆ ହୋଇଛନ୍ତି।ଏହି ସମୟରେ ମହାଜ୍ଞାନୀ ଭକ୍ତ ଶ୍ରେଷ୍ଠ କାକଭୁଷଂଡଙ୍କ ମନରେ ସନ୍ଦେହ ଜାତ ହୁଏ ଇଏ ଯଦି ମୋର ପ୍ରଭୁ ଶ୍ରୀରାମ ତେବେ ଇଏ କାନ୍ଦୁଛନ୍ତି, ଖେଳୁଛନ୍ତି, ମାଆଙ୍କ ପାଖରେ ଅଳି କରୁଛନ୍ତି କାହିଁକି? ଏହାର ଉତ୍ତର ପାଇବା ପାଇଁ ସେ ଉଠିଯାଇ ଥଣ୍ଟ ରେ ଫଳ ଖଣ୍ଡକୁ ଧରି ଉଡିବାକୁ ଲାଗିଲେ।ତାଙ୍କର ମନେ ହେଲା ଯେପରି କିଏ ଜଣେ ତାଙ୍କର ପଛରେ ଗୋଡାଉଛି।ପଛକୁ ଚାହିଁ
ଦେଖିଲେ ଦୀର୍ଘ ଏକ କୋମଳ ହାତ ତାଙ୍କ ପଛରେ ତାଙ୍କ ଆଡକୁ ଲମ୍ବି ଆସୁଛି।ସେ ଚାରିଆଡେ ଉଡିବାକୁ ଲାଗିଲେ ଶେଷରେ ସାରା ବ୍ରହ୍ମାଂଡ ବୁଲି ବୁଲି ଦେଖିଲେ ହାତଟି ଏବେବି ଗୋଡାଉଛି। ଶେଷରେ ହାର ମାନି ଶିଶୁ ଶ୍ରୀରାମଙ୍କ ପାଦ ତଳେ ପଡି କହିଲେ “ପ୍ରଭୁ ମୋତେ କ୍ଷମାକର ମୁଁ ଅଧମ ତୁମକୁ ଚିହ୍ନି ପାରିଲି ନାହିଁ ମୋତେ ରକ୍ଷାକର “। ପ୍ରଭୁ ଶ୍ରୀରାମ ତାଙ୍କୁ ଉଠାଇ କହିଲେ ତୁମେ ମୋର ଭକ୍ତ ଶ୍ରେଷ୍ଠ ହୋଇ କିପରି ମୋତେ ସଂଦେହ କଲ।ତା’ ପରଠାରୁ ପ୍ରତିଦିନ ଆସି ପ୍ରଭୁଙ୍କର ଦର୍ଶନ କରି ଫେରିଯାଆନ୍ତି କାକଭୁଷଂଡ।ଏ ସବୁ ଘଟଣା ମାଆ ଜାଣି ପାରିଲେ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking